ଆଜି ଓଡିଶାରେ ୭,୨୧୬ ପଜିଟିଭ ଚିହ୍ନଟ

ଆଜି ଓଡିଶାରେ ୭,୨୧୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ରାଜ୍ୟରେ ୭ ହଜାର ୨୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୦୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩ ହଜାର ୧୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୯,୯୫୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୧,୦୨,୦୭୨ ଥିବା ବେଳେ ୬,୩୫,୧୭୯ ଜଣ ସୁସ୍ଥ ହୋଇଛନ୍ତି ।ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧ ହଜାର ୦୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୮୦୯, କେନ୍ଦଆପଡାରୁ ୪୮୭, ଢେଙ୍କାନାଳରୁ ୪୨୮, ଅନୁଗୁଳରୁ ୪୦୯, ବରଗଡରୁ ୩୩୧, ଭଦ୍ରକରୁ ୨୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।