ଦିଲ୍ଲୀ ସରୋଜ ହସ୍ପିଟାଲରେ ୮୦ ଡାକ୍ତର କରୋନା , ଜଣେ ମୃତ

ଦିଲ୍ଲୀ ସରୋଜ ହସ୍ପିଟାଲରେ ୮୦ ଡାକ୍ତର କରୋନା , ଜଣେ ମୃତ

ନୂଆଦିଲ୍ଲୀ ୧୦/ : ଦିଲ୍ଲୀର ସରୋଜ ହସ୍ପିଟାଲ ଏବେ କରୋନାର ହଟସ୍ପଟ ପାଲଟିଛି ଏଠାରେ ପର୍ଯ୍ୟନ୍ତ ପାଖାପାଖି ୮୦ ଡାକ୍ତର ସଂକ୍ରମିତ ହେଲେଣି ତେବେ ଜଣେ ଡାକ୍ତରଙ୍କର ଜୀବନ ନେଇଛି କିଲର ଭାଇରସ ଘାତକ ହେବାରେ ଲାଗିଛି ଦେଶର କରୋନା ସ୍ଥିତି ଦୈନିକ ସଂକ୍ରମଣ ସିନା କମୁଛି ହେଲେ, ମୃତ୍ୟୁ ସଂଖ୍ୟା ଥମୁନି ଏବେ ଆଗଧାଡିର ଯୋଦ୍ଧାଙ୍କୁ ଗ୍ରାସିଲାଣି ମହାମାରୀ ୨ୟ ଭଗବାନ କୁହାଯାଉଥିବା ଡାକ୍ତରମାନେ ଏବେ କରୋନା ପଞ୍ଝାରେ ପଡିବାରେ ଲାଗିଛନ୍ତି ଚିକିତ୍ସା କରୁ କରୁ ଡାକ୍ତରମାନେ ବି କରୋନାର ଶିକାର ହେଉଛନ୍ତି ଫଳରେ ହସ୍ପିଟାଲରେ ଓପିଡି ସେବା ବନ୍ଦ ହୋଇଯାଇଛି ଏବେବବି ୧୨ ଡାକ୍ତର ଚିକିତ୍ସାଧିନ ଅଛନ୍ତି ଅନ୍ୟ ସବୁ ଡାକ୍ତର ସଂକ୍ରମିତ ହେବା ପରେ ସଂଗରୋଧରେ ଅଛନ୍ତି ଗତ କିଛି ଦିନ ହେବ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ପ୍ରବାହିତ ହେଉଛି ରାଜଧାନୀରେ, ନୂଆ ମାମଲା ସହ ମୃତ୍ୟୁହାର ବି କ୍ରମାଗତ ଭାବେ ବୃଦ୍ଧି ପାଉଛି