କୋଭିଡ୍‍ ପରିଚାଳନା ପାଇଁ ଓଡ଼ିଶାକୁ ମିଳିଛି ୮୦୨ କୋଟି ଟଙ୍କା

କୋଭିଡ୍‍ ପରିଚାଳନା ପାଇଁ ଓଡ଼ିଶାକୁ ମିଳିଛି ୮୦୨ କୋଟି ଟଙ୍କା

ନୂଆଦିଲ୍ଲୀ: ଗତ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାକୁ କୋଭିଡ୍‍ ପରିଚାଳନା ପାଇଁ ୮୦୨ କୋଟି ଟଙ୍କା ମିଳିଛି ।  ଦିଆଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ କହିଛନ୍ତି। ଏହି ଅର୍ଥ ଏସ୍‍ଡିଆର୍‍ଏଫ୍‍ରୁ ପ୍ରଦାନ କରାଯାଇଛି। ଏହାସହିତ ମହାରାଷ୍ଟ୍ରକୁ ସର୍ବାଧିକ ୧୬୧୧ କୋଟି ଟଙ୍କା, ଉତ୍ତର ପ୍ରଦେଶକୁ ୯୬୬ କୋଟି ଓ ମଧ୍ୟପ୍ରଦେଶକୁ ୯୧୦ କୋଟି ଟଙ୍କା ମିଳିଥିବା ନେଇ ସେ ସୂଚନା ଦେଇଛନ୍ତି। ମହାରାଷ୍ଟ୍ର, ୟୁପି ଓ ମଧ୍ୟପ୍ରଦେଶ ପରେ ଓଡ଼ିଶାକୁ ଚତୁର୍ଥ ସର୍ବାଧିକ ଅନୁଦାନ ପ୍ରଦାନ କରାଯାଇଛି । ସେହିପରି କର୍ଣ୍ଣାଟକକୁ ୭୯୧, ରାଜସ୍ଥାନକୁ ୭୪୦ ଓ ବିହାରକୁ ୭୦୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।