ଆଜି ରାଜ୍ୟରେ ୮୩୧୩ ପଜିଟିଭ ଚିହ୍ନଟ

ଆଜି ରାଜ୍ୟରେ ୮୩୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନାରେ ମାୟା ଜାଲରେ ଓଡ଼ିଶା, ଦିନେ କମିଲେ ଦିନେ ବଢ଼ୁଛି, ଜାଣନ୍ତୁ ଆଜିର ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଆଜି ପୁଣି ୮୩୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୬୫୫ ଓ ସ୍ଥାନୀୟ ଅଞ୍ଚଳରୁ ୩୬୫୮ ଜଣ ଚିହ୍ନଟ ହୋଇଛନ୍ତି ।ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୬ ଲକ୍ଷ ୭୦ ହଜାର ୫୨୭ ରହିଥିବା ବେଳେ ୯୧ ହଜାର ୬୬୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।