୯୦ ଟ୍ରେନ୍ ହେଲା ବାତିଲ୍

୯୦ ଟ୍ରେନ୍ ହେଲା ବାତିଲ୍

ଭୁବନେଶ୍ୱର: ସାମୁଦ୍ରିକ ଝଡ଼-ବାତ୍ୟା ‘ୟଶ୍’ ମାଡ଼ି ଆସୁଛି । ବଙ୍ଗୋପ ସାଗରରୁ ସୃଷ୍ଟି ହୋଇଥିବା ଏହି ଅତି ଭୀଷଣ ବାତ୍ୟା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହାର ଅସଲ ରୂପ ଦେଖାଇବ । ସ୍ଥଳଭାଗ ଛୁଇଁଲାବେଳକୁ ପ୍ରାୟ ୧୮୫ କିମି ବେଗରେ ବୋହିପାରେ ପବନ । ଏହାକୁ ଦୃଷ୍ଟିରେ ରଖି ସବୁଦିଗରୁ ସତର୍କ ହୋଇଛନ୍ତି ସରକାର । ସେହିପରି ଭାରତୀୟ ରେଳ ବିଭାଗ ପକ୍ଷରୁ ୯୦ଟି ଟ୍ରେନକୁ ବାତିଲ୍ କରି ଦିଆଯାଇଛି । ଅନ୍ୟପକ୍ଷରେ ବିମାନସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି ।ଆରବ ସାଗରରେ ନିକଟରେ ତଉକ୍ତେ ବାତ୍ୟା ସୃଷ୍ଟି ହୋଇ ଗୁଜରାଟ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟକୁ ବିଶେଷ ପ୍ରଭାବିତ କରିବା ପରେ ପରେ ବାତ୍ୟା ୟଶ୍ ବଙ୍ଗୋପ ସାଗରରୁ ସୃଷ୍ଟି ହୋଇଛି । ଏଥିପାଇଁ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ପଶ୍ଚିମବଙ୍ଗ ଓ ଓଡ଼ିଶାର ସମୁଦ୍ରକୂଳିଆ ଅଞ୍ଚଳରେ ବାତ୍ୟାର ପ୍ରଭାବ ଖୁବ୍ ଅଧିକ ରହିବ ଏବଂ ପ୍ରବଳ ବର୍ଷା ହେବ । ତେଣୁ ସତର୍କ ରହିବାକୁ କୁହାଯାଇଛି ।