ଦୁଇ ମୁଣ୍ଡ, ତିନି ହାତ ଥିବା ଶିଶୁକନ୍ୟା ଜନ୍ମ

ଦୁଇ ମୁଣ୍ଡ, ତିନି ହାତ ଥିବା ଶିଶୁକନ୍ୟା ଜନ୍ମ

କେନ୍ଦ୍ରାପଡ଼ା/ରାଜନଗର : କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମ୍ରେ ଦୁଇ ମୁଣ୍ଡ ଓ ତିନି ହାତ ଥିବା ଶିଶୁକନ୍ୟା ଜନ୍ମ ହୋଇଛି। କେନ୍ଦ୍ରାପଡ଼ା ଜିଲାର ରାଜନଗର ବ୍ଲକ ଅନ୍ତର୍ଗତ କଣି ଗ୍ରାମର ଅମ୍ବିକା ପରିଡ଼ା ଶିଶୁ କନ୍ୟାଟିକୁ ଜନ୍ମ ଦେଇଛନ୍ତି। ରବିବାର ଗର୍ଭ ଯନ୍ତ୍ରଣା ଭୋଗିବାରୁ ଅମ୍ବିକାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ କେନ୍ଦ୍ରାପଡ଼ା ଟାଉନ୍ର ଏକ ଘରୋଇ ନର୍ସିଂହୋମ୍କୁ ନିଆଯାଇଥିଲା। ସେଠାରେ ତାଙ୍କର ଶିଶୁକନ୍ୟା ଜନ୍ମ ହୋଇଥିଲା। ଶିଶୁର ଉନ୍ନତ ଚିକିତ୍ସା ପାଇଁ କଟକ ଶିଶୁଭବନ ସ୍ଥାନାନ୍ତର କରାଯାଇଛି। ଶିଶୁଭବନର ଏସଏନସିୟୁରେ ଚିକିତ୍ସା ଆରମ୍ଭ ହୋଇଛି।