ଓଲଟିଲା ଗୋରୁ ବୋଝେଇ କଣ୍ଟେନର୍: ୩୦ ଗୋରୁ ମୃତ, ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ

ଓଲଟିଲା ଗୋରୁ ବୋଝେଇ କଣ୍ଟେନର୍: ୩୦ ଗୋରୁ ମୃତ, ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ

ବରଗଡ ୪।୬: ଭାରସାମ୍ୟ ହରାଇ ଓଲଟିଲା କଣ୍ଟେନର। ଓଲଟିଲା ଗୋରୁ ବୋଝେଇ କଣ୍ଟେନର୍ । ବରଗଡ ଜିଲ୍ଲା ବରପାଲି ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩୦ ଗୋରୁଙ୍କ ସମେତ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରେ ଏକ ଗୋରୁ ବୋଝେଇ କଣ୍ଟେନର୍ ଓଲଟି ପଡିଛି । ଟିଙ୍ଗାପାଲି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହାସହ ୩୦ଟି ଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।