ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳି

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଗୁରୁବାର ସକାଳ ସାଢ଼େ ୭ଟାରେ ପାର୍ଥିବ ଶରୀର ପହଞ୍ଚିଥିଲା । ବିଜୁ ଜନତା ଦଳର ଉପସଭାପତି, ପୂର୍ବତନ ମନ୍ତ୍ରୀ ତଥା ଜନନେତା ସ୍ୱର୍ଗତ ବିଜେୟଶ୍ରୀ ରାଉତରାୟଙ୍କ ପାର୍ଥିବ ଶରୀର ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚବା ପରେ ଦଳ ପକ୍ଷରୁ ସଭକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେଠାରେ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ପ୍ରମୁଖ ସ୍ୱର୍ଗତ ରାଉତରାୟଙ୍କ ଶରୀର ଉପରେ ଦଳର ପତାକା ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ଦାସବର୍ମା କହିଥିଲେ ଯେ ବିଜୁ ଜନତା ଦଳ ଗଠନ ପାଇଁ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ କାର୍ୟ୍ୟ ଏବଂ ଓଡ଼ିଶାରେ ଅଣକଂଗ୍ରେସ ଆନ୍ଦୋଳନକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକା ଅନନ୍ୟ । ୬ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଶ୍ରୀ ରାଉତରାୟ ଜଣେ ଲୋକପ୍ରିୟ ଜନନେତା ହିସାବରେ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଊଦ୍ଧ୍ୱର୍ କାଳ ନିଜ ନିର୍ବାଚନ ମଣ୍ଡଳୀ ବାସୁଦେବ ପୁର, ଭଦ୍ରକ ଜିଲ୍ଲା ଓ ରାଜ୍ୟର ବିକାଶରେ ଉତ୍ସର୍ଗୀକୃତ ହୋଇଥିଲେ। ସେଭଳି ସମର୍ପିତ ନେତୃତ୍ୱ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଶ୍ରୀ ଦାସବର୍ମା ମତବ୍ୟକ୍ତ କରିଥିଲେ । ମନ୍ତ୍ରୀ ଅଶୋକ ପଣ୍ଡା, ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ ବିଜେଡି ରାଜ୍ୟ କାର୍ୟ୍ୟାଳୟ ରେ ଦିବଂଗତ ନେତାଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।