ମହାକାଳ ମନ୍ଦିରରେ ଲାଗିଲା ନିଆଁ

ସୋମବାର ସକାଳେ ମଧ୍ୟପ୍ରଦେଶ ଉଜୈନରେ ଅବସ୍ଥିତ ମହାକାଳ ମନ୍ଦିରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପବିତ୍ର ଭସ୍ମ ଆରତୀ ଅନୁଷ୍ଠିତ ହେଉଥିବା ବେଳେ ଅବିର ଫୋପାଡିବା କାରଣରୁ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ୧୩ ଜଣ ଜଳି ଯାଇଛନ୍ତି। ପୋଡ଼ି ଯାଇଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ସେବକ ଅଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବା ପରେ କିଛି ଲୋକ ନିଆଁ ଲିଭାଇବା ସହ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।