ଆଜି ଠାରୁ ଏପ୍ରିଲ ୩୦ ଯାଏଁ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ

ଆଜି ଠାରୁ ଏପ୍ରିଲ ୩୦ ଯାଏଁ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ ୦୬/୦୪ : ଦେଶରେ ମହାମାରୀ କରୋନା ଭାଇରସ କାୟା ବିସ୍ତାର କରିଚାଲିଛି । ରାଜଧାନୀ ଦିଲ୍ଲୀରେ ବେକାବୁ ହୋଇପଡିଛି କରୋନା । ଦେଶର ୫ଟି ରାଜ୍ୟରେ ସଂକ୍ରଣ ତୀବ୍ର ହେବାରେ ଲାଗିଛି । ସେଥି ମଧ୍ୟରୁ ଦିଲ୍ଲୀ ସ୍ଥିତି ଅସମ୍ଭାଳ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆଜି ଠାରୁ ଏପ୍ରିଲ ୩୦ ଯାଏଁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଲାଗୁକରାଯାଇଛି । ରାତି ୧୦ଟାରୁ ଭୋର ୫ ଯାଏଁ ଦିଲ୍ଲୀରେ ବଳବତ୍ତର ରହିବ ନାଇଟ୍ କର୍ଫ୍ୟୁ ।ପୂର୍ବରୁ ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଲାଗୁହୋଇସାରିଛି । ରାଜଧାନୀ ଦିଲ୍ଲୀରେ ଗତ ୩ ସପ୍ତାହ ହେଲା କରୋନା ସଂକ୍ରମଣ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୫୪୮ ନୂଆ ମାମଲା ସାମ୍ନାକୁ ଆସିଛି ।