ପୁଣି ଆସୁଛି ଏକ ବାତ୍ୟା! ମେ ମଧ୍ୟଭାଗରେ ଛୁଇଁବ ଓଡ଼ିଶା ଉପକୂଳ

ପୁଣି ଆସୁଛି ଏକ ବାତ୍ୟା! ମେ ମଧ୍ୟଭାଗରେ ଛୁଇଁବ ଓଡ଼ିଶା ଉପକୂଳ

ଭୁବନେଶ୍ୱର, ୨।୫: ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଥିବା ବେଳେ ଆଉ ଏକ ବିପଦ ମାଡ଼ିଆସୁଛି ଆସନ୍ତା ମାସରେ ପୁଣି ଏକ ଭୟଙ୍କର ବାତ୍ୟା ଆସିବାର ସମ୍ଭାବନା ରହିଛି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶଙ୍କା କରୁଛନ୍ତି ଏହି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ବାତ୍ୟାର ରୂପ ନେଇ ବଙ୍ଗୋପସାଗରର ଉତ୍ତରପୂର୍ବ ଦିଗରେ ଗତି କରିବ ବୋଲି କୁହାଯାଉଛି ।ଆସନ୍ତା ୧୩ ୧୪ ତାରିଖରେ ଏହା ସ୍ଥଳଭାଗ ଅତିକ୍ରମ କରିବ ଏହାଦ୍ୱାରା ଓଡ଼ିଶା ପଶ୍ଚିମବଙ୍ଗ ପ୍ରଭାବିତ ହେବା ସହ ବିହାର ଝାଡ଼ଖଣ୍ଡ ମଧ୍ୟ ପ୍ରଭାବିତ ହେବେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଅମ୍ଫାନ ଫନି ପରି ଭୟଙ୍କର ବାତ୍ୟା ମେ ମାସରେ ଅନୁଭୂତ ହୋଇଥିଲା