ବିଧାନସଭା ଆରମ୍ଭ ପୂର୍ବରୁ ସୁରକ୍ଷା ଯାଂଚ ପରିଦର୍ଶନ କଲେ ଡିଜିପି

ବିଧାନସଭା ଆରମ୍ଭ ପୂର୍ବରୁ ସୁରକ୍ଷା ଯାଂଚ ପରିଦର୍ଶନ କଲେ ଡିଜିପି

ଭୁବନେଶ୍ୱର: ବିଧାନସଭା ଆରମ୍ଭ ପୂର୍ବରୁ ସୁରକ୍ଷା ଯାଂଚ ପରିଦର୍ଶନ କଲେ ଡିଜିପି। ତଦାରଖ ବେଳେ ଗୁଇନ୍ଦା ନିର୍ଦ୍ଦେଶକ, ଆଇନ ଶୃଙ୍ଖଳା ଏଡିଜି, ପୋଲିସ କମିଶନର ପ୍ରମୁଖ ଉପସ୍ଥିତ ରହିଛନ୍ତି। ବିଧାନସଭା ବାହାର ଗେଟର ସୁରକ୍ଷା ଦାୟିତ୍ୱ କମିଶନରେଟ ପୋଲିସକୁ ଦିଆଯାଇଛି। କୋଭିଡକୁ ନଜରରେ ରଖି ଚଳିତ ଅଧିବେଶନରେ ଧାରଣା ପାଇଁ ଅନୁମତି ଦିଆଯିବ ନାହିଁ। ସୁଚନା ଦେଲେ ଡିଜିପି ଅଭୟ।

ପ୍ରାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ବ୍ଯବସ୍ଥାରେ ନିୟୋଜିତ ହେବେ। କରୋନା ପଜିଟିଭ ହୋଇ ଫେରିଥିବା ୩ ହଜାରରୁ ଅଧିକ ପୋଲିସ ଅଧିକାରୀ ଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ପାଇଁ ଧାରଣା ପାଇଁ କେହି ମଧ୍ଯ ଆବେଦନ କରିନାହାନ୍ତି। କୋଭିଡ ନିୟମ ମୁତାବକ ଅନୁମତି ଦିଆଯିବ କି ନାହିଁ ତଦାରଖ କରାଯିବ। ସୁଧାଂଶୁ ଷଡ଼ଙ୍ଗୀ, ପୋଲିସ କମିଶନର