ଦିଲ୍ଳୀରେ ଲାଗୁହେଲା ସପ୍ତାହାନ୍ତ କର୍ଫ୍ୟୁ

ଦିଲ୍ଳୀରେ ଲାଗୁହେଲା ସପ୍ତାହାନ୍ତ କର୍ଫ୍ୟୁ

ନୁଆଦିଲ୍ଲୀ, ୧୫/୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଶୀର୍ଷରେ ରହିଛି । ପ୍ରତିଦିନ ନୁଆ ରେକର୍ଡ କରୁଛି ସଂକ୍ରମିତଙ୍କ ସଂଖ୍ୟା । ତେଣୁ ଆଜି କେଜ୍ରିୱାଲ୍ ସରକାର ରାଜ୍ୟରେ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଆଜି ଗଣମାଧ୍ୟମରେ ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଏହି ସମୟରେ କେବଳ ଜରୁରୀ କାଳୀନ ସେବା ବ୍ୟତୀତ ସବୁ କାର୍ଯ୍ୟ ବନ୍ଦ ରହିବ । ଅନ୍ୟପକ୍ଷରେ ବିବାହ କାର୍ଯ୍ୟ ପାଇଁ ପାସ୍ ଦରକାର ପଡିବ ଏବଂ ମଲ୍, ସ୍ପା, ଜିମ୍ ଆଦି ଏହି ସମୟରେ ବନ୍ଦ ରହିବ । ଏଥିସହିତ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସିନେମା ଚଲାଇବାକୁ ମିଳିଛି ଅନୁମତି । ଶୁକ୍ରବାର ରାତି ୧୦ ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିବ । ରେଷ୍ଟୁରାଣ୍ଟରେ ବସି ଖାଇପାରିବେ ନାହିଁ କେବଳ ହୋମ୍ ଡେଲିଭରି କରିପାରିବେ ବୋଲି କୁହାଯାଇଛି ।