ଜଙ୍ଗଲ ଭିତରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର

ଜଙ୍ଗଲ ଭିତରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ସାଲେପଲି ଚକାମାଲ ରାସ୍ତାରେ ଥିବା ଏକ ଜଙ୍ଗଲ ଭିତରୁ ଏକ ନବଜାତ ଶିଶୁ କନ୍ୟା ପଡିଥିବାର ଗାଁ ଲୋକେ ଦେଖିବାକୁ ପାଇଥିଲେ ।ହେଲେ ଏହି ଶିଶୁ କନ୍ୟାଙ୍କୁ କେହିଜଣେ ମଧ୍ୟ ଉଦ୍ଧାର କରିବାକୁ ଆସୁ ନ ଥିଲେ। ଯାହା ଫଳରେ ଗାଁରେ ଥିବା ଆଶା କର୍ମୀ ପଙ୍କଜିନି ମେହେର ଘଟଣାର ଖବର ପାଇ ସେହି ସ୍ଥାନକୁ ଯାଇ ବୁଦା ମୂଳରେ ପଡିଥିବା କନ୍ୟାକୁ ଉଦ୍ଧାର କରି ଆଣି ଯତ୍ନ ନେଇଥିଲେ। ଶିଶୁର ଶରୀର ସାରା ପିମ୍ପୁଡି ଲାଗିଯାଇଥିବା ବେଳେ ଆଶା ତାକୁ ସଫାକରି ସଂଗେ ସଂଗେ ଶିଶୁକୁପାଟଣାଗଡ଼ ଡାକ୍ତରଖାନା କୁ ନେଇ ଚିକିତ୍ସା କରିଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଶିଶୁର ଅବସ୍ଥା ଭଲ ଥିବାର ଡାକ୍ତର ବାଚସ୍ପତି ଦାସ କହିଛନ୍ତି। ଏମିତିକି ଆଶା କର୍ମୀ ପଙ୍କଜିନି ଭାବବିହ୍ଵଲ ଭାବେ କହିଛନ୍ତି ଯେ ନାବରାତ୍ର ସମୟରେ ମତେ ମା ଦୁର୍ଗା ଦେଛନ୍ତି ମୁଁ ଏହି କନ୍ୟାକୁ ମୋର ସନ୍ତାନ ଠୁ ବି ଅଧିକ ସ୍ନେହ ଦେଇ ଲାଳନ ପାଳନ କରିବି। ଆଶାକର୍ମୀଙ୍କ ଏଭଳି କାମକୁ ଅଞ୍ଚଳ ବାସୀ ବେଶ ପ୍ରଂଶସା କରିଛନ୍ତି।