ଜେଲରୁ ମୁକୁଳିଲେ ଅଭୟ ପାଠକ

ଜେଲରୁ ମୁକୁଳିଲେ ଅଭୟ ପାଠକ

ଭୁବନେଶ୍ୱର: ଝାରପଡା ଜେଲରୁ ବାହାରିଛନ୍ତି ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ । ଦୀର୍ଘ ୬ ମାସ ପରେ ସେ ଜେଲରୁ ବାହାରିଛନ୍ତି। ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେ ଆଜି ଜେଲରୁ ମୁକୁଳିଛନ୍ତି । ତେବେ ନଭେମ୍ବର ୨୭ ତାରିଖରେ ଅଭୟ ପାଠକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏହା ବ୍ୟତିତ ଅଭୟ ପାଠକଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା । ଗତକାଲି ତୃତୀୟ ମାମଲାରେ ଜାମିନ ପାଇବା ପରେ ସେ ଜେଲରୁ ମୁକୁଳିପାରିଛନ୍ତି । ତେବେ ଲକଡାଉନ ସମୟରେ ବିଭିନ୍ନ ସ୍ଥାନକୁ ଚାଟାର୍ଡ ପ୍ଲାଇଟରେ ଯାଇଥିଲେ ଅଭୟକାନ୍ତ । ଭୁବନେଶ୍ବରରୁ ପୁଣେ, ଭୁବନେଶ୍ବରରୁ ମହାରାଷ୍ଟ୍ର ଯାଇଥିଲେ ଅଭୟକାନ୍ତ। ଭୁବନେଶ୍ବରରୁ ଦିଲ୍ଲୀ ଓ ଭୁବନେଶ୍ବରରୁ ପାଟଣା ଯାଇଥିଲେ ଅଭୟକାନ୍ତ । ଥରେ ଚାଟାର୍ଡ ପ୍ଲାଇଟରେ ଗଲେ ୧୫ରୁ ୨୫ ଲକ୍ଷ ଟଙ୍କା ଦେୟ ଦେବାକୁ ପଡ଼ିଥାଏ । ଅଭୟକାନ୍ତଙ୍କ ସହ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଯାଇଥିଲେ । ଅନ୍ୟପଟେଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଠକେଇ ମାମଲାରେ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଯୋଡିଥିଲା ପୋଲିସ ।