ଟେଲି ଅଭିନେତା କରଣ ମେହେରା ତାଙ୍କ ସ୍ତ୍ରୀଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ

ଟେଲି ଅଭିନେତା କରଣ ମେହେରା ତାଙ୍କ ସ୍ତ୍ରୀଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ

ମୁମ୍ବାଇ: ଟେଲି ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ନିଶା ରାୱଲଙ୍କ ମଧ୍ୟରେ ଅନେକ ଦିନ ହେବ ବିବାଦ ଲାଗିରହିଥିଲା । ତେବେ ଆଜି ଘରୋଇ ହିଂସାକୁ ନେଇ ଅଭିନେତା କରଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ୍ । ସ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହେବାପରେ ତାଙ୍କୁ ଗିରଫ କରାଯାଇଛଇ । ଗୋରେଗାଓଁ ଥାନାରେ ପୋଲିସ୍ ତାଙ୍କ ବୟାନ ରେକର୍ଡ କରିଛି । ସୂଚନା ଅନୁସାରେ, ଅନେକ ଦିନ ହେବ କରଣ ମେହେରା ଏବଂ ପତ୍ନୀ ନିଶା ରାୱଲଙ୍କ ମଧ୍ୟରେ ନାନା ଖବର ସାମ୍ନାକୁ ଆସୁଥିଲା । ତେବେ ନିଶା ଏହି ସବୁ କଥାକୁ ଖଣ୍ଡନ କରି କହିଥିଲେ ଯେ, ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ଠାକ ରହିଛି । ହେଲେ ଏବେ କରଣ ଗିରଫ ହେବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ସ୍ପଷ୍ଟ ହୋଇଛି ।