ଡ୍ରଗ୍ସ ଲିଙ୍କରେ ସାମ୍ନାକୁ ଆସିଲା ଦୀପିକାଙ୍କ ନାଁ

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ମୋଡ ଆସିବା ପରେ ବଲିଉଡର ଅନେକ କଳାକାରଙ୍କ ନାଁ ଉପରକୁ ଆସିଛି । ଶ୍ରଦ୍ଧା କପୁର, ରକୁଲ ପ୍ରୀତ ସିଂ ଓ ସାରା ଅଲ୍ଲୀ ଖାନଙ୍କ ପରେ ଡ୍ରଗସ୍ ଲିଙ୍କ୍ ମାମଲାରେ ଏନସିବି ରାଡାରକୁ ଆସିଛନ୍ତି ବଲିଉଡର ଟପ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଦୀପିକାଙ୍କୁ ଆଗାମୀ ସମୟରେ ଡ୍ରଗ୍ସ ସଂପୃକ୍ତିକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପଚରାଉଚରା କରିପାରେ।ସୋମବାର ଏନସିବି ରିୟା ଚକ୍ରବର୍ତ୍ତୀଙ୍କ ନୂଆ ହ୍ବାଟ୍ସଆପ୍ ଚାଟ୍ ପ୍ରକାଶ କରିଛି। ଚାର୍ଟରେ ରିୟା ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ସହ କଥା ହୋଇଥିବା ଦେଖାଯାଇଛି। ଏହି ଚାଟରେ ରିୟା ଚକ୍ରବର୍ତ୍ତୀ ଏବଂ କରିଶ୍ମା ଡ୍ରଗ୍ କାରବାର ବିଷୟରେ କଥା ହେଉଛନ୍ତି। ଏହି ମାମଲାରେ ଏନସିବି ଦୀପିକା ପାଦୁକୋନଙ୍କ ମ୍ୟାନେଜର କରି କରିଶ୍ମା ପ୍ରକାଶଙ୍କୁ ଡକାଇ ପଚରାଉଚରା କରିଛି। ଦୀପିକା ଖୋଲାଖୋଲି ଭାବେ କରିଶ୍ମାଙ୍କ ସହ ଡ୍ରଗ୍ସକୁ ନେଇ ହା୍ବାଟ୍ସଆପ୍ ଚାର୍ଟ କରିଥିବା ଏନସିବି ଜାଣିବାକୁ ପାଇଛି। ଦୀପିକା ତାଙ୍କ ମ୍ୟାନେଜର କରିଶ୍ମାଙ୍କୁ ମାଲ୍ ଅଛି କି ନାହିଁ ବୋଲି ଚାର୍ଟରେ ପଚାରିଛନ୍ତି ଏବଂ ଗଞ୍ଜେଇ ନୁହେଁ ଡ୍ରଗ୍ସ ଅଛି କି ନାହିଁ ବୋଲି ପଚାରିଥିବା ଜଣାପଡିଛି।ତେବେ ଏହି ମାମଲାରେ ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିଛି ।