ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ

ସମାଜସେବା ଆଦିତ୍ୟ ଦାସଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ବୋଲି ଜଣାପଡିଲା ନାହିଁ । କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବା ବେଳେ ଘଟଣାଟି ଆଜି ଏକ ଭିନ୍ନ ମୋଡ ନେଇଛି । ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଛନ୍ତି ଆଦିତ୍ୟଙ୍କ ବାପା । ସେ କହିଛନ୍ତି ଯେ, ‘ ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କ ହାତ ଥାଇପାରେ । ସାଇକୋ ଲେଡି ଜଣକ ଆଦିତ୍ୟଙ୍କୁ ବାହାହେବାକୁ ଚାହୁଁଥିଲେ । ସେ ଆଦିତ୍ୟଙ୍କୁ ଏକ ବର୍ଷ ହେବ ଏକ ତରଫା ପ୍ରେମ କରୁଥିଲେ । ୨୦ ଦିନ ହେଲା ଏହି ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛୁ ବୋଲି ଆଦିତ୍ୟଙ୍କ ପିତା କହିଛନ୍ତି ।