୩ ସପ୍ତାହ ପରେ ତାତିରୁ ତ୍ରାହି

ସପ୍ତାହ ପରେ ତାତିରୁ ମିଳିଛି ତ୍ରାହି । ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ ପ୍ରଭାବରେ ସାରା ରାଜ୍ଯରେ ତାପମାତ୍ରା କମିବା ସହ କାଳବୈଶାଖୀ ବର୍ଷା ହେଉଛି । ଗତକାଲି ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ହୋଇଥିବାବେଳେ ଆଜିଠୁ ସାରା ରାଜ୍ଯରେ ବର୍ଷା ହେବାନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୯ ତାରିଖ ଯାଏଁ ଝଡତୋଫାନ ହେବା ଆଶଙ୍କା କରାଯାଉଛି ।