ଏୟାର ଆମ୍ବୁଲାନ୍ସ ପାଇଁ ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ୍ କରିଡର ବ୍ୟବସ୍ଥା

ଏୟାର ଆମ୍ବୁଲାନ୍ସ ପାଇଁ ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ୍ କରିଡର ବ୍ୟବସ୍ଥା

ଭୁବନେଶ୍ବର୨୩/୧୦: ଭୁବନେଶ୍ବରରୁ ହାଇଦ୍ରାବାଦ ଯିବେ କରୋନା ରୋଗୀ। ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବରରୁ ନିଆଯିବ ହାଇଦ୍ରାବାଦ। ନୟାପଲ୍ଲୀ ହେଲ୍‌ଥ ଭିଲେଜ ହସପିଟାଲରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଟ୍ରାଫିକ ପକ୍ଷରୁ ସ୍ବତନ୍ତ୍ର ଗ୍ରୀନ୍‌ କରିଡରର ବ୍ୟବସ୍ଥା କରାଯାଇଛି।

ଏୟାର ଆମ୍ବୁଲାନ୍ସରେ ରୋଗୀଙ୍କୁ ହାଇଦ୍ରାବାଦ ନିଆଯାଉଛି । ତେବେ ହାଇଦ୍ରାବାଦରେ କୃତ୍ରିମ ଫୁସଫୁସ ପ୍ରତିରୋପଣ ହେବ ବୋଲି ସୂଚନା ମିଳିଛି । ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ । ୫ ଜଣିଆ ଡାକ୍ତରୀ ଟିମ୍ ଏହି ପ୍ରତିରୋପଣ କାର୍ଯ୍ୟ କରିବେ ।