ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ : କୌଣସି ଏକ ନୂତନ ପରିବେଶରେ ଭିନ୍ନ ପ୍ରକାର ସ୍ୱାଦର ଅନୁଭୂତି ଲାଭ କରିବେ । ଭ୍ରମଣ ସୁଯୋଗ, ସତ୍‌-ସଙ୍ଗ, ବନ୍ଧୁଙ୍କ ନିମନ୍ତ୍ରଣ, ଦୂରଯାତ୍ରା ଓ ବନ୍ଧୁମିଳନଜନିତ ମନ ଏକପ୍ରକାର ଖୁସି ରହିବ ।

ବୃଷ:  ପ୍ରିୟ ବନ୍ଧୁମାନଙ୍କ ଆଦରସୋହାଗ ମନକୁ ପ୍ରଫୁଲ୍ଲିତ କରି ରଖିବ । ପୂର୍ବଭାଦ୍ରର ନକ୍ଷତ୍ର ଯୋଗୁ ଆଶାଜନକ ଅର୍ଥ, ସମ୍ମାନ, ଉପଢୌକନ, ବସ୍ତ୍ର ଭୂଷଣାଦି ପ୍ରାପ୍ତି ହୋଇପାରେ ।

ମିଥୁନ:   ଆଜିର ପ୍ରତ୍ୟୁଷ ଯାତ୍ରା ଦୀର୍ଘ ଦିନ ଆଶା ଓ ଅଭିଳାଷକୁ ସାକାର କରାଇବ । ମୃଗଶିରା ନକ୍ଷତ୍ରର ସ୍ୱାସ୍ଥ୍ୟରେ ଉନ୍ନତି, ଗୃହ, ଜମିଜମା, ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଆଜି ଅନୁକୂଳ ଫଳ ପାଇବେ ।

କର୍କଟ:  ଦ୍ୱିଜା ନକ୍ଷତ୍ରର ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।

ସିଂହ:  ମଘା ନକ୍ଷତ୍ର ପାଁ ପାରିବେଶିକ ବ୍ୟତିକ୍ରମ କର୍ମକ୍ଷେତ୍ରରେ ଯୋଜନାକୁ ବଦଳାଇ ଦେଇପାରେ । ଋଣ ସୂତ୍ରରେ ଅର୍ଥ ଲାଭ ପାଇଁ ପ୍ରଯତ୍ନ କରିବେ ତଥାପି ମନରେ ଶାନ୍ତି ଆସି ନ ପାରେ ।

କନ୍ୟା:   ଚିତ୍ରା ନକ୍ଷତ୍ର ପାଇଁ ପାରିବେଶିକ ବ୍ୟତିକ୍ରମ କର୍ମକ୍ଷେତ୍ରର ଯୋଜନାକୁ ବଦଳାଇ ଦେଇପାରେ । ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯତ୍ନ କରିବେ ତଥାପି ମନରେ ଶାନ୍ତି ଆସି ନ ପାରେ ।

ତୁଳା:  କୌଣସି କ୍ଷେତ୍ରରେ ଅଯଥା ଅଧୈର୍ଯ୍ୟ ହୁଅନ୍ତୁ ନାହିଁ, ବନ୍ଧୁଙ୍କ ସହାନୁଭୂତି ନିଶ୍ଚିୟ ଲାଭ କରିବେ । ରୋହିଣୀ ନକ୍ଷତ୍ରର ଅଭାବ ପୂରଣ ଦିଗରେ ସହକର୍ମୀ କିମ୍ବା ପାଖ ପଡୋଶୀଙ୍କ ସାହାର୍ଯ୍ୟ କାମକୁ ଆସିବ ।

ବିଛା:   ସାଧାରଣ କଥାରେ ମନରେ ବିରକ୍ତି ଜାଗ୍ରତ ହେବା ସହ କାଥାଭାଷାରେ କଠୋରତା ବୃଦ୍ଧି ପାଇବ । ଆନୁଷ୍ଠାନିକ କାମ କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ ।

ଧନୁ:  ଶୁକ୍ରଙ୍କ ଶୁଭ ପ୍ରଭାବରୁ ନୂତନ ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ । ପିଲାଙ୍କ ମନ ଉଦ୍ ବିଗ୍ନ ରହିପାରେ ।

ମକର:   ଆଜି ସତର୍କତା ଅଭାବରୁ ଧନହାନି, କଳହ କିମ୍ବା କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କେତେକ କାମ ସକାଶେ ଅନ୍ୟର ସାହାର୍ଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି ।

କୁମ୍ଭ:  ଭୁଲ୍ ବୁଝାମଣା କାରଣରୁ ସମ୍ପର୍କ ହାନି ଘଟିବାର ଆଶଙ୍କା ରହିଛି । ପୂର୍ବାଷାଢା ନକ୍ଷତ୍ରର ଅର୍ଥନୈତିକ ଦୃଷ୍ଟି କୋଣରୁ ଦିନଟି ଶୁଭଙ୍କରୀ ରହିବ ।

ମୀନ:  ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ଦର୍ଶନୀୟ ସ୍ଥାନ ଭ୍ରମଣ ପାଇ ମନ ବଳାଇବେ ।