ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ:  ଆଜିର ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଭଲ ରହିବ ନାହିଁ । ଅସୁସ୍ଥତା କାରନରୁ କେତେକ କାମରେ ଅବହେଳା କରିପାରନ୍ତି ।

ବୃଷ:  ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁନି ସମସ୍ତ ବୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ ।

ମିଥୁନ:    ଆଜି ଯାହା ଓ ଯେମିତି ଆଶା କରୁଛନ୍ତି ସେମିତି ହିଁ ପାଇବରେ କୌଣସି ଅସୁବିଧା ରହିବ ନାହିଁ । ବିବାଦିୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇବ ।

କର୍କଟ:   ଆପଣଙ୍କ ରାଶି ଥଣ୍ଡା ଗ୍ରହ ଶନିଙ୍କ ଦୃଷ୍ଟିରେ ôତବାରୁ ସହନଶୀଳତା ଓ ଉଦାର ମନୋଭାବ କାରଣରୁ ଅନ୍ୟମାନଙ୍କର ପ୍ରିୟପାତ୍ର ହେବେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ ।

ସିଂହ:  ଆପଣଙ୍କ ରୋକ୍ ଠୋକ୍ କଥା ବନ୍ଧୁଙ୍କ ମନରେ ଆଘାତ ସୃଷ୍ଟି କରିବ । ଅନ୍ୟମନସ୍କତା କିମ୍ବା ବିସ୍ମରଣ ଜନିତ କୌଣସି ଜିନିଷ ହରାଇ ପାରନ୍ତି ।

କନ୍ୟା:   ବ୍ୟକ୍ତିଗତ ମଜା  ମଉଜ ଓ ସୁଖ, ସୁବିଧାକୁ ପ୍ରାଧାନ୍ୟ ଦେଇ ଦାୟିତ୍ୱପୂର୍ଣ୍ଣ କାମଗୁଡିକୁ ଅବହେଳା କରିବେ । ଫଳତଃ ପରିବାର ଭିତରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ତୁଳା:   ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ସକାଶେ କଳହର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅଟକି ରହିଥିବା ବହୁତ ଗୁଡିଏ କାମ ଟେନ୍‌ସନ ବଢାଇବ ।

ବିଛା:   ମାନସିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ ବୃହସ୍ପତିଙ୍କ ଅବଦାନ ରହିବ । ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା କାରଣରୁ ବିଚଳିତ ବୋଧ କରିପାରନ୍ତି ।

ଧନୁ:  କର୍ମାଧିପ ନୀଚରାଶିରେ ଥିବାରୁ ଆଜିର କାର୍ଯ୍ୟରେ କିଛିଟା ବ୍ୟତିକ୍ରମ ସୃଷ୍ଟି ହୋଇପାରେ । ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ ।

ମକର:  ବ୍ୟୟସ୍ଥାନ ପାପଗ୍ରହ ପ୍ରଭାବରୁ  ଖର୍ଚ୍ଚ ଭାର ବୃଦ୍ଧି ପାଇବା ଦୁଶ୍ଚିନ୍ତାର କାରଣ ହେବ । ଇଚ୍ଛା ନ ଥିଲେ ଅସ୍ଥିର ମନ ହେତୁ କଥାରେ ସଂଯମତା ହୋଇବେ ଓ ସମସ୍ୟାକୁ ଡାକି ଆଣିଲା ଭଳି କାଢ଼ କରିପାରନ୍ତି ।

କୁମ୍ଭ:   ଆଜି ପାପଗ୍ରହ ଯୁକ୍ତ କାରନରୁ ପ୍ରତ୍ୟେକ ପରିସ୍ଥିତିରେ ଆପଣ କମ୍‌-ଜୋର ରହିବେ । ପରିବାରରେ ସାଧାରଣ କଥାରେ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି ।

ମୀନ:  ଆଜି ଧନ ସ୍ଥାନରେ ରାହୁ ସହ ଚନ୍ଦ୍ର ଯୋଗ ଧନହାନିର କାରଣ ହୋଇପାରେ । ମିଥ୍ୟାଭାଷଣରୁ ବନ୍ଧୁ ସମ୍ପର୍କ ଫିକା ପଡିଯିବ । ଯାନାବାହନରେ ଅସୁବିଧାର ସମ୍ମୁଖୀନ ହେବେ ।