ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ:  ପରିବାର କଥା ନେଇ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରି କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରନ୍ତି । ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ ।

ବୃଷ:  ରୁଗ୍‌ଣ ପିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ । ଧାର କରଜ କରି ଆବଶୟକତା ପୁରନ କରିବା ପାଇଁ ମନସ୍ଥ କରିପାରନ୍ତି ।

ମିଥୁନ:  ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ରାସ୍ତାରେ ପାଦ ଦେବା ଆସୁବିଧାର କାରନ ହୋଇପାରେ । ଆର୍ଥିକ ସ୍ୱଚ୍ଛଳତା ଫେରିଆସିବାରୁ ସାମୟିକ ଆତ୍ମତୃପ୍ତି ଲାଭ କରିବେ ।

କର୍କଟ:   କାର୍ଯ୍ୟ ସାଧନାରେ ନିଜ ଲୋକଙ୍କ ତରଫରୁ ସହ-ଯୋଗ ପାଇବାରେ କୌଣସି ଅସୁବିଧା ରହିବ ନାହିଁ । ଲେଖାପଢା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳର ଆଶା ରହିଛି ।

ସିଂହ:  ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବେ । କର୍ମକ୍ଷେତ୍ରରେ ଅପରିଚିତ ବ୍ୟକ୍ତି ଠାରୁ ଦୂରେଇ ରହିବା ଭଲ । ରୋଜଗାର ଠାରୁ ଖର୍ଚ୍ଚ ବଢିଯାଇପାରେ ।

କନ୍ୟା:   ବିଭିନ୍ନପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାମ୍‌ତ କରିପାରନ୍ତି । କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।

ତୁଳା:   ଆଶା କରୁଥିବା ଦିଗରୁ ଅର୍ଥ ପାଇବେ କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ୱୀକାର କରିବାକୁ ପଡିବ । ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁହ୍‌ଟ ରହିବେ କିନ୍ତୁ ମୁହଁ ସାମ୍‌ନାରେ କିଛି କହିପାରିବେ ନାହିଁ ।

ବିଛା:  ଗତକାଲିର ବିଷୟରେ ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିପାରନ୍ତି । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ମାଲିମୋକଦ୍ଦମାରେ ସଫଳତା ପାଇବା କଷ୍ଟକର ହୋଇପାରେ ।

ଧନୁ:   ଆଜି ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବାର ଆଶା ରହିଛି । କଥା କଟାକଟି କାରନରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ମକର:   ଯେତେ ପ୍ରକାର ଭଲ କାମ କଲେ ମଧ୍ୟ ଶତ୍ରୁତା, ଈର୍ଷାପରାୟଣ, ଅସୁସ୍ଥତା ଓ ଅଭାବବୋଧ ଯୋଗୁ ମନ ଭାରାକ୍ରାନ୍ତ ରହିବ । ହଜି ଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢିବ ।

କୁମ୍ଭ: ସମସ୍ୟାର ସରଳ ସାମାଧାନ କରିବାରେ ସଫଳତା ହାସଲ କରିପାରିବେ । ପାରିବାରିକ କଳହ, କଚେରି ମାମଲାରେ ଟେନ୍‌-ସନ ଓ କର୍ମକ୍ଷେତ୍ରରେ ଅସ୍ଥିରତା ମାନସିକ ଅଶାନ୍ତିର କାରଣ ହୋଇପାରେ ।

ମୀନ:  ଭାଗ୍ୟସ୍ଥାନକୁ ଚନ୍ଦ୍ର ଦୃଷ୍ଟି ଯୋଗୁ ହସଖୁସିରେ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ପରିବାରର ବିଗତ ଦିନର ସମସ୍ୟାଗୁଡିକ ସାମାଦାନ ସକାଶେ ପ୍ରଯତ୍ନ କଲେ ଉପକୃତ ହେବେ ।