ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ:  ଆଜି ମୁଖଭାବସ୍ଥ ମଙ୍ଗଳ ହେତୁ ରୁକ୍ଷ ବ୍ୟବହାର କଳହକୁ ଆମନ୍ତ୍ରଣ କରିବ । ଫଳରେ ଆପଣଙ୍କର ମାନସିକ ଅସୁସ୍ଥତା ହିଁ ଶାରୀରିକ ସୁସ୍ଥତାକୁ ପ୍ରତିହତ କରିବ ।

ବୃଷ : ଶୁକ୍ର ପ୍ରଭାବରୁ ସ୍ଥଗିତ କାମକୁ ପୂରା ଦମରେ ସମ୍ପନ୍ନ କରିବାର ମଉକା ଜୁଟିବ । ରବିଙ୍କ ଦୁର୍ବଳତା କାରଣରୁ ପାରିବାରିକ କଳହକୁ ନେଇ ଅଶାନ୍ତି ଲାଗି ରହିପାରେ ।

ମିଥୁନ:  ଆପଣଙ୍କ ଯୁକ୍ତିଯୁକ୍ତ କଥାରେ ପ୍ରତିବାଦୀ ହାର ମାନିବେ ଓ ଆପଣଙ୍କ ଉଦ୍ଦେଶ୍ୟ ପୂରଣ ହୋଇଯିବ । ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିପାରନ୍ତି । 

କର୍କଟ:  ଧନାଧିପତିଙ୍କ ସ୍ଥିତିରୁ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭଲ ନ ଥିଲେ ମଧ୍ୟ ବିଶେଷ ମନ୍ଦ ହେବ ନାହିଁ । କିନ୍ତୁ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

ସିଂହ:   ଚତୁର୍ଥସ୍ଥ କେତୁଙ୍କ କୁପ୍ରଭାବରୁ ଆଜିର ପରିସ୍ଥିତି ଓ ରହୁଥିବା ପରିବେଶ ପ୍ରୀତିପ୍ରଦ ନ ହୋଇପାରେ । ଦୂରଯାତ୍ରା ପାଇଁ ଦିନଟି ବହୁତ ଭଲ ।

କନ୍ୟା:  ଚନ୍ଦ୍ରଙ୍କ ପ୍ରତି ରାହୁଙ୍କ ଦୃଷ୍ଟିରୁ ଅଲଗା ସ୍ଥାନରେ ରଖିଦେଇଥିବା ଟଙ୍କା ପାଇସା ନ ପାଇ ବ୍ୟସ୍ତ ହୋଇପାରନ୍ତି । ସରଳ ସମାଦାନ କ୍ଷେତ୍ରରେ ବନ୍ଧୁ ସାହାର୍ଯ୍ୟ କରିବେ ।

ତୁଳା:   ସ୍ୱଗୃହାଭିମୁଖୀ ଏକାଦଶସ୍ଥ ଶୁକ୍ରଙ୍କ ହେତୁ ଶାରୀରିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିବା ସହ ଆପଣଙ୍କ ଅର୍ଥନୈତିକ ଅଭିବୃଦ୍ଧି ଅବଶ୍ୟ ଘଟିବ ।

ବିଛା:    ରାହୁଙ୍କ ସ୍ଥିତିଜନିତ କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ହେତୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । କୃତିତ୍ୱ ସକାଶେ ପଡୋଶୀମାନେ ପ୍ରଶଂସା କରିପାରନ୍ତି ।

ଧନୁ:  ମଙ୍ଗଳ ଚତୁର୍ଥସ୍ଥ ହୋଇ ଶନି ଦୃଷ୍ଟିରେ ଥିବାରୁ ଆଜି ଭଲ କାମ କଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଓଲଟା ଫଳ ପାଇବେ । ଆଶା ଜନକ ସୁଫଳ ମିଳିବ ।

ମକର:  ଅମାବାସ୍ୟାର ଗ୍ରହସ୍ଥିତି ପ୍ରଭାବରେ ଚେଷ୍ଟା କରୁଥିବା କାମରେ ସଫଳତା ପାଇବାରୁ ଆନନ୍ଦ ଅନୁଭବ କରିବେ । ରଚନାତ୍ମକ କାର୍ଯ୍ୟ ଧିମେଇ ଯାଇପାରେ ।

କୁମ୍ଭ:  ଆଜି ଷଷ୍ଠସ୍ଥାନରେ ରବି ଓ ଚନ୍ଦ୍ର ରହିଥିବାରୁ ଆପଣଙ୍କୁ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରଖିବ ନାହିଁ । କର୍ମକ୍ଷେତ୍ର କଥା ହେଉ ସବୁ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେବ ।

ମୀନ :  ଭାଗ୍ୟସ୍ଥ କର୍ମାଧିପ କାରଣରୁ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ଅଧସ୍ତନମାନଙ୍କ ସୌହାର୍ଦ୍ଦ୍ୟଜନିତ ମାନସିକ ସ୍ଥିତି ପ୍ରୀତିପ୍ରଦ ରହିବ । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ ।