ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: ପାପଗ୍ରହମଧ୍ୟସ୍ଥ କର୍ମାଧିପ ଯୋଗୁଁ ସତର୍କରେ ନ ଚଳିଲେ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସାମନା କରିବାକୁ ପଡିପାରେ । ଆପଣ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍ ହେବନି ।

ବୃଷ:  ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବା ସହ ଅର୍ଥନୈତିକ ଅବରୋଧ ହଟିଯିବ । ଯାନ୍ତ୍ରିକ ଜିନିଷ କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି ।

ମିଥୁନ:   ଧନାଧିପତିଙ୍କ ଶୁଭତ୍ୱ ପ୍ରଭାବରୁ ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ । କୌଣସି ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ପରିବାର ଭିତରେ ଝଡ ଉଠିପାରେ ।

କର୍କଟ:   ରବିଙ୍କ ଦୁର୍ବଳତା କାରଣରୁ ଅଭାବ ନ ଥିଲେ ମଧ୍ୟ ଆକସ୍ମିକ ଅର୍ଥ ଅବାବରୁ କାମଟି ସମ୍ପୂର୍ଣ୍ଣ ହେବ ନାହିଁ । ସହ-ଯୋଗ ନ ଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ ।

ସିଂହ:  ଆଜି ସପ୍ତମଭାବସ୍ଥ ଗ୍ରହମାନଙ୍କୁ ଶନି ଓ ମଙ୍ଗଳ ଦେଖୁଥିବାରୁ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ, ପରିବାର, ବାଣିଜ୍ୟ, ବ୍ୟବସାୟ, ଯାନ ବାହନ ପ୍ରତି ସତର୍କ ରହିବା ଭଲ ।

କନ୍ୟା:  ମୁଖଭାବସ୍ଥ ବୁଧାଦିଗ୍ରହଙ୍କ ପ୍ରଭାବରେ କଥାବାର୍ତ୍ତା ଓ ବ୍ୟବହାରରେ ସଂଯମତା ଆଚରଣ ନ କଲେ କଳହ ଲାଗିପାରେ । ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ ।

ତୁଳା:  ଶୁକ୍ରଙ୍କ ସହ ଶନିଙ୍କ ଷଡାଷ୍ଟକ ସ୍ଥିତିଜନିତ ବିଳମ୍ବିତ ସମୟରେ କାମ ହାସଲ ହେବ । କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ, ଯାହା କି ସମସ୍ୟା ବହୁଳ ହୋଇପାରେ ।

ବିଛା:    ରାଶିରେ କେତୁ ଗ୍ରହ ଆପଣଙ୍କୁ ଅସୁସ୍ଥମାନସିକତା ଜନିତ ଅପରିଣାମଦର୍ଶୀ କରାଇପାରେ । ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ ।

ଧନୁ:   ଦ୍ୱିତୀୟସ୍ଥ ଶନି ହେତୁ ନିଜ ନିଜର ସ୍ୱାର୍ଥସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ଆର୍ଥିକ ସ୍ଥିତି ଭଲ ନ ରହିବା କାରଣରୁ ସାମୟିକ ଭାବେ ଦୁଃଖିତ ରହପାରନ୍ତି ।

ମକର:   ବକ୍ରୀ ମଙ୍ଗଳଙ୍କ ସ୍ଥିତିଜନିତ ପାଖ, ପଡୋଶୀଙ୍କ କୌଣସ ସ୍ପର୍ଶକାତର କଥାରେ ଚିହ୍ନା ପଡିବା ଠିକ୍ ହେବ ନାହିଁ । ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ।

କୁମ୍ଭ: ତୃତୀୟଭାବସ୍ଥ ମଙ୍ଗଳ ଦେଖୁଥିବାରୁ ସମସ୍ୟାର ସମାଧାନ କରିବାର ଧୈର୍ଯ୍ୟ ଓ ସାହସ ଅକ୍ଷିଣ୍ଣ ରହିବ । ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡିପାରେ ।

ମୀନ:  କର୍ମାଧିପ ରାଶିରେ ଅବସ୍ଥାନ କରୁଥିବାରୁ ବିଭିନ୍ନ ପ୍ରକାରର କର୍ମ ଜଞ୍ଜାଳର ଚାପରେ ଅତିଷ୍ଠ ହୋଇପାରନ୍ତି । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢି ବଢି ଯିବ ।