ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ:  ଆଜିର ଦିନଟି ବନ୍ଧୁମାନଙ୍କ ସହିତ ମଜା କଟାଇବାର ଦିନ ଅଟେ ଆପଣ ନିଜର ସବୁ ଅସୁବିଧା ଭୁଲି ଖୁସିରେ ଦିନଟି କଟାନ୍ତୁ । ଆଜି ଆପଣଙ୍କ ନିଜର ସବୁ ବିଚାରକୁ ଖୋଲି କରି ପ୍ରକାସ କରିପାରନ୍ତି ।

ବୃଷ:  ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି ।

ମିଥୁନ:  ଆପଣଙ୍କୁ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରେ ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଆପଣଙ୍କର ରାଗି କରି କଥା ହେବା ବଦଳରେ ଭଲହେବ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ ।

କର୍କଟ: ପ୍ରେମୀମାନଙ୍କୁ ପାଇଁ ଆଜି କିଛି ଶୁଭ ଖବର ମିଳିପାରେ । ଉଚ୍ଚ ବର୍ଗ ଲୋକମାନଙ୍କ ଚାକିରିରେ କିଛି ଅସୁବିଧା ଆସିପାରେ । ଧର୍ମ ପ୍ରତି ଆସ୍ଥା ବଢିବ ପୂଜା ପାଠରେ ମନ ଲାଗିବ ।

ସିଂହ:  ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଲାଗି ନ ପାରେ । ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଲେ ମଧ୍ୟ ଆପଣ ଏହି ବିଷୟରେ କିଛି କରିପାରିବେ ନାହିଁ ।

କନ୍ୟା:  ଆଜି ବୋଧେ ଆପଣ କୌଣସି ନୁଆ ସମ୍ପର୍କ ସ୍ଥାପନ କରିପାରନ୍ତି । ଆପଣଙ୍କର ଏହି ନୁଆ ବନ୍ଧୁ ଆପଣଙ୍କର ଖରାପ ସମୟରେ ମଧ୍ୟ ଆପଣଙ୍କ ସାଙ୍ଗରେ ରହିବ ।

ତୁଳା:   ଆଜି ଆପଣ କୌଣସି କଥାର ସତ୍ୟତା ପରିକ୍ଷା ପାଇଁ ତାହାକୁ ଯାଞ୍ଚ ନିଶ୍ଚୟ କରନ୍ତୁ । ଏମିତି କୌଣସି କଥାକୁ ଶୁଣି ନିଷ୍ପତ୍ତି ନିଅନ୍ତୁ ନାହିଁ । ଧନମାନ ସମ୍ମାନ ପ୍ରତି କାଯ୍ୟରେ ଆଶାଜନକ ସଫଳତା ପ୍ରାପ୍ତି ହେବ ତେଣୁ ମନରେ ଦ୍ୱନ୍ଦ ନରଖି ଚେଷ୍ଟା ଜାରି ରଖନ୍ତୁ ।

ବିଛା:  ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚିନ୍ତି ନିଅନ୍ତୁ ।

ଧନୁ:   ଆଜି ଆପଣ ନିଜକୁ କୌଣସି ପରିବାରର କାର୍ଯ୍ୟରେ ବ୍ୟସ୍ତ ରଖିବେ ।ଏହି କାର୍ଯ୍ୟର ଆୟୋଜନ କରିବାରେ ଆପଣଙ୍କୁ ଆନନ୍ଦ ମିଳିବ ।ଏହି କାର୍ଯ୍ୟ ଦ୍ୱାରା ଆପଣ ଓ ଆପଣଙ୍କ ପରିବାରର ଲୋକ ବହୁତ ଖୁସି ହେବେ ।ଆପଣ ଏହି କାର୍ଯ୍ୟ ପାଇଁ ବହୁତ ବ୍ୟସ୍ତ ରହିବେ ।

ମକର:  ଆଜି ନିଜ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ମନେ ରଖନ୍ତୁ କେବଳ ଥଣ୍ଡା ମନରେ ଧର୍ଯ୍ୟ ରଖନ୍ତୁ ଆପଣଙ୍କ ପରିସ୍ଥିତିକୁ ସମ୍ଭାଳି ପାରିବେ ।

କୁମ୍ଭ:   ଆଜି ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି ।

ମୀନ:  ଆପଣଙ୍କ ମଧ୍ୟରୁ ଯେଉଁମାନେ ପରିବାର ଠାରୁ ଦୂରରେ ଅଛନ୍ତି ସେମାନେ ନିଜ ପରିବାର ସହିତ ଭଲ ସମୟ କଟାଇପାରିବେ ।