ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ:  ଆୟ ଠାରୁ ବ୍ୟୟର ପରିମାଣ ଅଧିକ ହେବ । ମାନସିକ ପରିତୃପ୍ତି କମ୍ ପାଇବେ । ସନ୍ତାନ ସନ୍ତତି ଚିନ୍ତା ବଢାଇ ପାରନ୍ତି । ଭୂମି ଜମିଜମା ସଂପର୍କୀୟ କିଛି ଝାମେଲା ଆସିପାରେ ।

ବୃଷ:  କର୍ମ କ୍ଷେତ୍ରରେ ବିଳମ୍ବ, ଆଶା ବିଫଳ ଧର୍ମ କାର୍ଯ୍ୟରେ ଋଚି, ସାମାଜିକ ପ୍ରତିଷ୍ଠା ଓ ଆୟ ବଢିବାର ସମ୍ଭାବନା ଅଧିକ । ବନ୍ଧୁମାନେ ବିରୁଦ୍ଧାଚରଣ କରିବେ ।

ମିଥୁନ:   ପୀଡା କିମ୍ବା ସ୍ନାୟବିକ ଦୁର୍ବଳତା ଭୋଗ ହେବ । ନିରପେକ୍ଷ ମତାମତ ଦେଇ କର୍ମ କ୍ଷେତ୍ରରେ ସମ୍ମାନ ପାଇବେ । ଗୃହ ନିର୍ମାଣ ଆଦି କର୍ମ ତ୍ୱରାନ୍ୱିତ ହେବ । ଶୁଭ କାର୍ଯ୍ୟ ସଂପାଦନ କରିବେ ।

କର୍କଟ:   କର୍ତ୍ତବ୍ୟ ପରାୟଣ ହେବେ । ମାନସିକ ଶାନ୍ତି ସନ୍ତୋଷ ମିଳିବ । ସରକାରୀ ସ୍ତରରୁ ନିଶ୍ଚିତତାର ସୂଚନା ପାଇବେ । ପୁରାତନ ରୋଗପୀଡାର ଆଶଙ୍କା କମ୍ ହେବ ।

ସିଂହ:  ତୀର୍ଥ ଦର୍ଶନ, ପରୋପକାର, ଆଦର, ସମ୍ମାନ, ଅଭ୍ୟର୍ଥନା, ବନ୍ଧୁ ମିଳନ ଓ କର୍ମ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବଢିବ । ଅପରାହ୍ନ ଠାରୁ ସମୟ କିଛି ପ୍ରତିକୂଳ ଫଳ ଦେଇପାରେ ।

କନ୍ୟା:  ସମସ୍ୟା ଜାଲରେ ଛନ୍ଦି ହେବା ପରି ଅନୁଭବ କରିବେ । ବନ୍ଧୁ ବର୍ଗରୁ ସହଯୋଗ ମିଳିବ । କର୍ମ କ୍ଷେତ୍ରରେ ସ୍ଥିତି ସୁଦୃଢ କରିବେ । ଦେବାଦେବୀ ପୂଜାରେ ମନ ବଳାଇବେ ।

ତୁଳା:    ସଦା ସର୍ବଦା କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ନିଜକୁ ନିୟୋଜିତ ରଖିବେ । ମନରେ ଉତ୍ସାହ ବଢିବ । ଦୂର ଭ୍ରମଣ ଯଥା ସମ୍ଭବ ସଂକୁଚିତ କରିବା ଭଲ ।

ବିଛା:  କଲ୍ୟାଣ ଚନ୍ଦ୍ର ଭୋଗ ହେଉଛି ଆଜି । ସମୟ ଶୁଭ କାରକ ହେବ । ବିବାଦମାନ ସ୍ଥିତି କ୍ରମେ ଦୂରେଇବ । ଆଦର ସମ୍ମାନ ପାଇବେ । ଆୟ ଆଖିଦୃଶିଆ ହେବ ।

ଧନୁ:  ଦେହ ଅସୁସ୍ଥ ରହିବ । ଦୂର ଯାତ୍ରାରେ କ୍ଷତି ଯୋଗ ରହିଛି । ଆତ୍ମ ନିର୍ଭରଶୀଳ ହେବେ । ଆଧ୍ୟାତ୍ମିକ କ୍ଷେତ୍ରରେ ସତ ପରାମର୍ଶ ପାଇବେ ।

ମକର:  କେତେକ ବିଶେଷ ସମସ୍ୟାର ସହଜ ସମାଧାନ କରିପାରିବେ । ପରିବାରରେ ଶାନ୍ତି ଅବ୍ୟାହତ ରହିବ । ମନୋବଳ ଦୃଢ ହେବ । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ ।

କୁମ୍ଭ:   କର୍ମକ୍ଷେତ୍ରରେ ନିରପେକ୍ଷ ରହିଲେ ବହୁ ଅସୁବିଧାରୁ ମୁକ୍ତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ସନ୍ତୋଷ ମିଳିବ । ଲକ୍ଷ୍ୟ ପୂରଣ କରିବେ ।

ମୀନ: ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ପାଇବେ । ସରକାରୀ ସ୍ତରରେ ପ୍ରାପ୍ୟ କିଛି ଥିଲେ ତାହା ହାତକୁ ଆସିବ । ଦୂର ଯାତ୍ରାରେ ସଫଳତା ମିଳିବ । ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ ।