ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ:  ବୃହସ୍ପତିଙ୍କ ପ୍ରଭାବରୁ ଶତ୍ରୁନଶ, ଋଣ ପରିଶୋଧ ସଙ୍ଗକୁ ରୋଗପୀଡା ହ୍ରାସ ଘଟିବ । କର୍ମକ୍ଷେତ୍ରରେ ଅବହେଳା କାରଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ ।

ବୃଷ:  ଶନି ଦୃଷ୍ଟି ମଙ୍ଗଳ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟହାନି ଓ ଆକସ୍ମିକ କଳହର କାରଣ ହେବ । ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।

ମିଥୁନ:   ପାରିବାରିକ ସମସୟା ଥିଲେ ମଧ୍ୟ କାମଗୁଡିକୁ ସଫଳତାର ସହ ସମ୍ପନ୍ନ କରିବେ । କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ ।

କର୍କଟ: ଆଜିର ଚନ୍ଦ୍ର ଦେବଗୁରୁଙ୍କ ନକ୍ଷତ୍ରସ୍ଥ ହେତୁ ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ । ସାଧାରଣ ଘଟଣାକୁ ନେଇ ସମସ୍ତାପ କରିପାରନ୍ତି ।

ସିଂହ:   ରବିଙ୍କ ଦୁର୍ବଳତା କାରଣରୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ରହିବା ଠିକ୍ ହେବ । ପରିବାର ଓ କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତାକରି ମନ ବିଚଳିତ ରହିପାରେ ।

କନ୍ୟା:  ବଳଶାଳୀ ବୁଧ ବୌଦ୍ଧିକତା ବୃଦ୍ଧି କରି ସାମାଜିକ ସ୍ତରରେ ସମ୍ମାନ ଓ ପ୍ରତିଷ୍ଠା ପ୍ରଦାନ କରିବେ । ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ଚେହ୍‌ଟା କଦାପି ବିଫଳ ହେବନି । ଉଚ୍ଛ ପାର୍ଥକ୍ୟ ଦେଖା ଦେଇପାରେ ।

ବିଛା:   ମୁଖଭାବରେ ବୃହସ୍ପତି ଥିବାରୁ ଔଚିତ୍ୟପୂର୍ଣ୍ଣ କଥା କହି ପ୍ରିୟଜନଙ୍କ ଶ୍ରଦ୍ଧାଭାଜନ ହେବେ । ସଂଗୀତରେ ସୁନାମ ଅର୍ଜନ କରିବେ ।

ଧନୁ:  ଅଷ୍ଟମସ୍ଥ ବୁଧ ଯୋଗୁ ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାଗୁଡିକୁ ସାମନା କରି ନ ପାରି ବିବ୍ରତ ବୋଧ କରିପାରନ୍ତି । ବନ୍ଧୁଙ୍କ ନିକଟରୁ ଅନାଦାର ପାଇପାରନ୍ତି ।

ମକର:  ଆଜି ଶନିଙ୍କ ପ୍ରଭାବରୁ ଆପଣଙ୍କ କୌଣସି କାମ ଅଟକି ରହିବ ନାହିଁ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ହାସଲ କରିବେ ।

କୁମ୍ଭ:  କେନ୍ଦ୍ରସ୍ଥ ଶୁକ୍ର ହେତୁ ବନ୍ଧୁଙ୍କ ସାହାର୍ଯ୍ୟରୁ ଫେରନ୍ତା ବାଟରେ ହଠାତ୍ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବାରୁ ଆଶ୍ୱସ୍ତି ଲାଭ କରିବେ ।

ମୀନ: ମୁହଁରେ ମଧୁରତା ପ୍ରକାଶ ପାଇଲେ ମଧ୍ୟ ମାନସିକ ସ୍ତରରେ ଅନ୍ୟମନସ୍କତା ଲାଗି ରହିବ । ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।