ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ – ଆକସ୍ମିକ ପରିବାରର ଖର୍ଚ୍ଚଭାର ବୃଦ୍ଧି କାରଣରୁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ମଧ୍ୟ କେହି ଜଣେ ପ୍ରତିବାଦର ସ୍ୱର ଉଠାଇ ସମସ୍ୟା ସୃଷ୍ଟି କରିପାରନ୍ତି ।

ବୃଷ – ଆଜି ବନ୍ଧୁମାନଙ୍କ ସହ ନୂତନ ପ୍ରକଳ୍ପ ସକାଶେ ଅର୍ଥ ସମ୍ବନ୍ଧୀୟ ଆଲୋଚନା କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ, ଦୂରଯାତ୍ରା ଓ ପ୍ରତିନ୍ଦ୍ୱିତାର ସାମନା କରିବା ଆଦି ବିଷୟରେ ଯୋଜନା କରିବେ ।

ମିଥୁନ – ଆପଣ ଯାହା ଭାବୁଛନ୍ତି ତାହାହିଁ ହେବ ଓ ପାଇବା ଜିନିଷ ମଧ୍ୟ ପାଇବେ । କିନ୍ତୁ ପାରିବାରିକ କ୍ଷେତ୍ରରେ କୁହୁଳୁଥିବା ନିଆଁ ପ୍ରତି ସାବଧାନ ରହିବା ଉଚିତ୍ ।

କର୍କଟ – ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ । କର୍ମକ୍ଷେତ୍ରରେ ପୁରୁଣା ସମସ୍ୟା ଗୁଡିକ ତ୍ରୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖା ଦେବ ।

ସିଂହ – ଆପଣଙ୍କ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଅବଶ୍ୟ ରାଜନୈତିକ ସ୍ତରରେ, ପ୍ରଶାସନିକ କ୍ଷେତ୍ର ପାଇଁ, ସଂଗଠନ ସକାଶେ ଦିନଟି ବହୁତ ଭଲ ।

କନ୍ୟା – ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଆପଣ ଆଦୌ ତରବରିଆ ହୋଇ କୌଣସି କାମ କରନ୍ତୁ ନାହିଁ । ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହୋଇପାରେ ।

ତୁଳା – ।  ଅବସାଦଗ୍ରସ୍ତ ମନରେ ବନ୍ଧୁଙ୍କ ପ୍ରେରଣାରେ ।ଦ୍ ବୁଦ୍ଧ ହୋଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ସମର୍ଥ ହେବେ । ଆଜିର କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।

ବିଛା – ଗତକାଲି ଠାରୁ ମନରେ ଭାବୁଥିବା କଥାଟି ଆଜି ହିଁ ବାସ୍ତବରେ ପରିଣତ ହେବ । ଖଳ ଲୋକମାନଙ୍କ ଦ୍ୱାରା ପ୍ରଚାରିତ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ

ଧନୁ – ଆଜି ଆପଣଙ୍କୁ ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ଲାଭର ସୂଚନା ରହିଛି । କିନ୍ତୁ ସ୍ୱକୀୟ ଉଦ୍ୟମ ଓ ଆପୋସ ଆଲୋଚନା ସାଙ୍ଗକୁ ପାରସ୍ପରିକ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ ।

ମକର – ଅତି ନିକଟରେ ରହି ଶତ୍ରୁତା କରୁଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ । ପ୍ରତ୍ୟେକ ପରିସ୍ଥିତିରେ ପରିବାର ସଦସ୍ୟଙ୍କ ମନ ନେଇ କାମ କଲେ ସମାଧାନ ହେବ ।

କୁମ୍ଭ – ମନରେ ଶାନ୍ତି ନ ଥିଲେ କାମଗୁଡିକ ସାଧନ କରିବା କ୍ଷେତ୍ରରେ କୌଣସି ଅସୁବିଦା ରହିବ ନାହିଁ । ସାଦାରଣ କଥାକୁ କେନ୍ଦ୍ର କରି ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ ।

ମୀନ – କର୍ମକ୍ଷେତ୍ରରେ ଟିକିଏ ଜୋର୍ ଦେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି ।