ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ – କର୍ମଭାବସ୍ଥ ଚନ୍ଦ୍ର ହେତୁ ସରକାରୀ କିମ୍ବା ବେସରକାରୀ ସ୍ତରରୁ ପାଇବାକୁ ଥିବା ପାଇବେ । ସଦା ବେଳେ  ଝଗଡା କରିବାକୁ ଚାହିଁ ବସିଥିବା ଲୋକଟିର ସାମ୍ନା କିମ୍ବା ସମାଧାନ କରିବାର ଚିନ୍ତା ଲାଗି ରହିବ । 

ବୃଷ – ସ୍ୱାସ୍ଥ୍ୟ ଭଲ ରହିବା ସହ ବନ୍ଧୁଙ୍କ ସାହାର୍ଯ୍ୟରୁ ଅର୍ଥ ଲାଭ ଓ କାର୍ଯ୍ୟସିଦ୍ଧି ଘଟିବ । ପାରିବାରିକ କ୍ଷେତ୍ରରେ ରହିଆସିଥିବା ସମସ୍ୟା ଆଜି ଜଣେ ହିତୈଷୀଙ୍କ ସାହଚର୍ଯ୍ୟରେ ସମାଧାନ ହୋଇଯିବ ।

ମିଥୁନ – ଆଜି ସ୍ୱଗୃହୀ ରବିଙ୍କ ପ୍ରଭାବରେ ପ୍ରତ୍ୟେକ ସ୍ତରରେ ଆପଣ ଫଳପ୍ରଦ ଆଲୋଚନା କିରିପାରିବେ । ସନ୍ତାନ ହେତୁକ ପ୍ରତ୍ୟେକ ସମସ୍ୟା ନିଶ୍ଚିତ ସୟଧୁରିଯିବ । 

କର୍କଟ – ପାପଗ୍ରହ ମଧ୍ୟସ୍ଥ ରାଶ୍ୟାଧିପ ଯୋଗୁ ଖାଲି କାମ ଭିତରେ ବୁଡିରହି ସ୍ୱାସ୍ଥ୍ୟ ପ୍ରତି ନଜର ଦେଇପାରିବେ ନାହିଁ । ମିତ୍ୟା ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।

ସିଂହ – ଉପଚୟ ଶୁକ୍ର ଭାଗ୍ୟ ସ୍ଥାନକୁ ଶନି ଦୃଷ୍ଟି ହେତୁ କୌଣସି ଭଦ୍ର ମହିଳାଙ୍କ ସାହାର୍ଯ୍ୟରୁ ଉପକୃତ ହେବେ। ପାଖ ପଡୋଶୀଙ୍କ କୌଣସି କଥାରେ ମୁଣ୍ଡ ପୂରାଇ ଅଯଥା ମନ ବିଷାକ୍ତ କରିବେ । 

କନ୍ୟା – କର୍ମକ୍ଷେତ୍ରରେ ରାହୁଙ୍କ ଅବସ୍ଥିତି ହେତୁ ପରିସ୍ଥିତି ଗମ୍ଭୀର ରହିଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନରେ ଅସୁବିଧା ରହିବ ନାହିଁ । ବନ୍ଧୁମାନେ ଠିକ୍ ସମୟରେ ଆସି ସାହାର୍ଯ୍ୟ କରିବେ ।

ତୁଳା – ଆଜି ଧନାଧିପ ସପ୍ତମ କେନ୍ଦ୍ରରୁ ଧନ ସ୍ଥାନକୁ ଦେଖୁଥିବାରୁ ଧନସମ୍ପତ୍ତି, ଜମିଜମା କାରବାର ପାଇଁ ଭଲ । ଆପଣ ଯୁକ୍ତି ବଳରେ ସମସ୍ତଙ୍କ ମୁହଁ ବନ୍ଧ କରି ଦେଇପାରିବେ ।

ବିଛା – ଭାଗ୍ୟ ଅଧିପତିଙ୍କ ପ୍ରଭାବରେ କୌଣସି ବନ୍ଧୂଙ୍କ ଆର୍ଥିକ ସାହାର୍ଯ୍ୟ ଓ ସହ-ଯୋଗରୁ ମାନସିକ ଅସ୍ଥିରତା ଦୂରେଇ ଯିବ । ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟ ରଖର କାମ କରନ୍ତୁ ।

ଧନୁ – ବୁଧଙ୍କ ପ୍ରଭାବରେ ପାରିବାରିକ ସ୍ତରରେ ନିଜ ଲୋକମାନେ ସାହାର୍ଯ୍ୟ ସହ-ଯୋଗ କରିବେ । କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମ୍‌ନା କରିବାକୁ ପଡିଲେ ମଧ୍ୟ ସଫଳତା ମିଳିବ । 

ମକର – ଗ୍ରହସ୍ଥିତି ଅନୁକୂଳ ଯୋଗୁ ଆପଣ ଯାହା ଓ ଯେମିତି ଚାହୁଁଛନ୍ତି ତାହା କରି ଚାଲନ୍ତୁ ଅବଶ୍ୟ କୃତକାର୍ଯ୍ୟ ହେବେ । ନିଜ ଲୋକମାନଙ୍କ ଖାପଛଡା ମନୋଭାବ ଓ ସମସ୍ୟା ପରେ ସମସ୍ୟା ଆସୁଥିବା ହେତୁ ବ୍ୟସ୍ତ ହେବେ ।

କୁମ୍ଭ  – ସ୍ୱାସ୍ଥ୍ୟ ଭଲ ରହିବା ସାଙ୍ଗକୁ ଦୃଢ ମନୋବଳ ଆପଣଙ୍କୁ ସାହାର୍ଯ୍ୟ କରିବ । ଭଲ ସମ୍ପର୍କ ଥିବା ବନ୍ଧୂ ସାଧାରଣ କଥାରେ ବିଗିଡି ଯାଇପାରନ୍ତି ।

ମୀନ – ଅନ୍ୟମାନଙ୍କ ପ୍ରେରଣା ଦ୍ୱାରା ପ୍ରଭାବିତ ହୋଇ  ସମ୍ମାନିତ ହୋଇପାରନ୍ତି । ନୂତନ ସ୍ଥାନକୁ ଯାତ୍ରା କିମ୍ବା ଜମିଜମା କାରବାର କିମ୍ବା ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ ।