ମେଷ: ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିବ । ଦୀର୍ଘଦିନର ବକେୟା ପାଇପାରନ୍ତି କିମ୍ବା ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ମଧ୍ୟ ଲାଭାନ୍ୱିତ ହେବେ ।
ବୃଷ: ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କର୍ମକ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ । ଘରେ ବନ୍ଧୁ ମିଳନ କିମ୍ବା ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନକୁ ଖୁସୀ ହୋଇଯିବେ ।
ମିଥୁନ: ଆଜି ତିନୋଟି କେନ୍ଦ୍ରରେ ଗ୍ରହଙ୍କ ଅବସ୍ଥିତି ହେତୁ କାମଗୁଡିକ ଧୀର ଗତିରେ ଲକ୍ଷ୍ୟସ୍ଥଳକୁ ନେବାରେ ସାହାଯ୍ୟ କରିବେ । ପାରିବାରିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବ ।
କର୍କଟ: ଗତକାଲି ଠାରୁ ଅଟକି ରହିତରବା କାମଗୁଡିକ ଆଜି ସୁବିଧାରେ ହୋଇଯିବ । ପାରିବାରରେ ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ସାମୟିକ ଅସନ୍ତୁଷ୍ଟ ରହିପାରନ୍ତି ।
ସିଂହ: ବନ୍ଧୁମାନଙ୍କ ପ୍ରେରଣା ପାଇଲେ ମଧ୍ୟ ମନରେ ସକାରାତ୍ମକ ଭାବ ଉଦ୍ରେକ ହେବ ନାହିଁ । ସାମାଜିକ ସ୍ତରରେ ସାଧାରଣ ସ୍ୱାର୍ଥକୁ କେନ୍ଦ୍ର କରି ଅପରାହ୍ନେ କଳହର ସମ୍ମୁଖୀନ ହୋଇପାରନ୍ତି ।
କନ୍ୟା: କୌଣସି କ୍ଷେତ୍ରରେ ବିବାଦ ଆଗକୁ ନ ବଢାଇ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବା ଭଲ ହେବ । ପାରିବାରିକ ସମସ୍ୟାର ସରଳ ସମାଧାନ କରିବାରେ ସକ୍ଷମ ହେବେ ।
ତୁଳା: ଯାହା ଓ ଯେତିକି ପାଇବା କଥା ସେଥିପାଇଁ ଆପଣଙ୍କୁ ପ୍ରବଳ ସଂଘର୍ଷ କରିବାକୁ ପଡିପାରେ । ପାରିବାରିକ କ୍ଷେତ୍ରରେ କୌଣସି ଅସୁବିଧା ନ କଲେ ମଧ୍ୟ ଆର୍ଥିକ କ୍ଷତି ଘଟାଇ ପାରନ୍ତି ।
ବିଛା: ଆନୁଷଙ୍ଗିକ ସାହାର୍ଯ୍ୟ ଓ ସହ-ଯୋଗ କାର୍ଯ୍ୟକୁ ତ୍ୱରାନ୍ୱିତ କଲେ ମଧ୍ୟ ପ୍ରାଥମିକ ଅବସ୍ଥାରେ କିଛିଟା ବ୍ୟତିକ୍ରମ ଦେଖା ଦେଇପାରେ ।
ଧନୁ: ଆପଣଙ୍କର ସୁସ୍ଥ ମାନସିକ କର୍ମକ୍ଷେତ୍ରରେ ସମ୍ମାନଜନକ ସ୍ଥିତି ପ୍ରଦାନ କରିବ । ବନ୍ଧୁମାନଙ୍କ ଗ୍ରହଣରେ ଅପ୍ରିୟସତ୍ୟ କହିବା କାରଣରୁ ବନ୍ଧୁଙ୍କ ସହ ସମ୍ପର୍କ ହାନୀ ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି ।
ମକର: ଆଜିର ସାଂସ୍କୃତିକ ଅନୁଷ୍ଠାନରେ ପ୍ରଶଂସନୀୟ କାମକରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁଁ ଚିନ୍ତିତ ହୋଇପାରନ୍ତି ।
କୁମ୍ଭ: ଆଜି ଯେଉଁ କାମ କଲେ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡିବ । ପରିବର୍ତ୍ତିତ ସମୟକୁ ଆଖି ଆଗରେ ରଖି କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଷ୍ପତ୍ତି ନେବା ଠିକ୍ ହେବ ।
ମୀନ: ସହନଶୀଳତା ଗୁଣରୁ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ । ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍ ଠିକ୍ ହୋଇଯିବ ।