ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: ଆଜିର ପରିସ୍ଥିତି ଓ ରହିଥିବା ପରିବେଶ ଆପଣଙ୍କ କାମକୁ ସହଜରେ କରାଇ ଦେବ ନାହିଁ । ଗତକାଲି  ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇଯିବେ ।

ବୃଷ:  କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ଆଜି ଆପଣ ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନଙ୍କୁ ମାନେଇ ନିଜ କାମରେ ଲଗାଇ ପାରନ୍ତି ।

ମିଥୁନ: ଟଙ୍କା ପାଇସାର ଭୁଲ୍ ହିସାବରୁ , ଅଲଗା ସ୍ଥାନରେ ରଖିଦେଇଥିବା କାରଣରୁ, ଦେବା ନେବା କ୍ଷେତ୍ରରେ ଝମେଲାର ଆଶଙ୍କା ରହିଛି ।

କର୍କଟ: ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ ବହୁ ଦିଗରୁ ସହ-ଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ ।

ସିଂହ:  ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱ ଓ ଆଶା, ଆଶଙ୍କା ମଧ୍ୟରେ ମନ ହଲଚଲ ହୋଇପାରେ । ଘର କଥା ହେଉ କିମ୍ବା  କର୍ମକ୍ଷେତ୍ର କଥା ହେଉ ସବୁ କାମ ରେ ବାଧା ଆସିବ ।

କନ୍ୟା:  ଆଜି ଆପଣ ଯାହାକୁ ଯାହା କହିବେ କିମ୍ବା କରିବେ । ସବୁ ଭାବିଚିନ୍ତି କରନ୍ତୁ । ନତୁବା ପରିସ୍ଥିତି ଭିନ୍ନ ରୂପ ପରିଗ୍ରହ କରିବ । ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି ।

ତୁଳା:  ପ୍ରତ୍ୟେକ କ୍ଷେତ୍ରରେ ଆଳସ୍ୟ ଓ ଅବହେଳା ସଙ୍ଗକୁ କାଳ କ୍ଷେପଣ ନୀତି ହେତୁ ମନରେ ସରସତା ରହିବ ନାହିଁ । ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି ।

ବିଛା: କର୍ମ କ୍ଷେତ୍ରରେ ଅଥବା ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ଆପଣ ବିଜୟୀ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି ।

ଧନୁ:  ପ୍ରତ୍ୟେକ କ୍ଷେତ୍ରରେ ସରଳତାକୁ ପ୍ରାଧାନ୍ୟ ଦେଇ ଠକାମିର ଶିକାର ହୋଇପାରନ୍ତି । ପିଲା ମାନଙ୍କ ବିବାହ ସମ୍ପର୍କୀୟ ନୂତନ ବନ୍ଧୁ ପ୍ରସ୍ତାବ ପାଇଁ ଯୋଗା-ଯୋଗ କରି କୃତ କାର୍ଯ୍ୟ ହେବେ ।

ମକର:  କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହେବାରୁ ମନ ଖୁସୀ ହୋଇଯିବ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ ।

କୁମ୍ଭ:  ନିଜର ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧୀ ଘଟିବ ।

ମୀନ: କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ନେଇ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ତିକ୍ତତା ଦେଖା ଦେଇପାରେ । ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ।