ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: ନିଜ ସମ୍ପର୍କୀୟମାନେ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ଦୀର୍ଘ ଦିନର ଶତ୍ରୁତା ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ ।

ବୃଷ:  କର୍ମକ୍ଷେତ୍ରରେ ମୃଗଶିରା ନକ୍ଷତ୍ର ଅନ୍ୟମାନଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି । କୌଣସି ଉନ୍ନତିମୂଳକ କାମ ସକାଶେ ମୋଟା  ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ ।

ମିଥୁନ:ପାରିବାରିକ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ଦ୍ୱନ୍ଦ୍ୱରେ ପଡି କୌଣସି ନୂତନ କାମ ଆରମ୍ଭ କରିପାରିବେ ନାହିଁ । କର୍ମକ୍ଷେତ୍ରରେ ମଧ୍ୟ ଭୁଲ୍ ବୁଝାମଣା ହୋଇପାରେ ।

କର୍କଟ – ଦୀର୍ଘଦିନର ଆଶା ପୂରଣ ହେବା ସଙ୍ଗକୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପବ୍ଲିକେଶନର ସମସ୍ୟା ସମାଧାନ ହୋଇଯିବ ।

ସିଂହ:  ଆଜି ଯାତ୍ରା, ବାଣିଜ, ପ୍ରତି ଦ୍ୱନ୍ଦ୍ୱିତାରେ ଅବଶ୍ୟ ସଫଳତା ହାସଲ କରିବେ । କେତେକ କ୍ଷେତ୍ରରେ  ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିବେ ।

କନ୍ୟା:  ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ହୋଇ ଯିବା କାରଣରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ । ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇ ମନ ଖୁସୀ ରହିବ ।

ତୁଳା:  ଆଜି କୌଶଳରେ କାମ ହାସଲ କରି ଯେତିକି ଖୁସୀ ହେବେ, ପରିବାରରେ ଅଶାନ୍ତିର ବାତାବରଣରୁ ସେତିକି ଦୁଃଖି ହୋଇପାରନ୍ତି ।

ବିଛା:  କାର୍ଯ୍ୟହାସଲ ସକାଶେ ବହୁତ ଝଡଝଞ୍ଜା ମଧ୍ୟ ଦେଇ ଗତି କରିବାକୁ ପଡିବ । ଭୁଲ୍ ବୁଝାମଣା କାରନରୁ ଅନ୍ୟମାନଙ୍କ ସହ ସୁସମ୍ପର୍କରେ ବାଧା ଉପୁଜିବ ।

ଧନୁ:  ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ଭିତରେ ରହିବା ହେତୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ନଚେତ୍ ସମାଲୋଚିତ ହେବାକୁ ପଡିପାରେ ।

ମକର: ଲାଗି ରହିଥିବା ସମସ୍ୟା ସୁଧୁରିଯିବା କାରଣରୁ ପାରିବାରିକ ସଦ୍ଭାବ କ୍ରମଶଃ ବୃଦ୍ଧି ପାଇବ । ଅପେକ୍ଷା କରନ୍ତୁ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସାଧିତ ହେବ ।

କୁମ୍ଭ : ଦିନଟି ବହୁତ ଭଲ ଏପରି କି ବାଣିଜ୍ୟ, ବ୍ୟବସାୟ, ସଭାସମିତି, ପରିବହନ, ପ୍ରଶାସନିକ କ୍ଷେତ୍ରରୁ ସୁଫଳ ମିଳିବ। ମନ ଭାରାକ୍ରାନ୍ତ ରହିପାରେ ।

ମୀନ: ଦୀର୍ଘ ଦିନରୁ ଲାଗି ରହିଥିବା ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ । ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ଓ କାର୍ଯ୍ୟ ଅବଶ୍ୟ ହାସଲ କରିବେ ।