ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ:  ପାରିବାରିକ କଳହ, ଟଙ୍କା ପାଇସାର ଦେଣନେଣ, କଚେରି ମାମଲା ଟେନ୍ସନର କାରଣ ହୋଇପାରେ । ସଭା ସମିତିରେ ଆପଣଙ୍କ ପ୍ରସ୍ତାବ ବନ୍ଧୁମାନଙ୍କ ମନକୁ ବେଶ୍ ପାଉଇବାରୁ ପ୍ରଶଂସିତ ହେବେ ।

ବୃଷ: ଆଦୌ ଆଶା କରି ନ ଥିବା କୌଣସି ଜିନିଷ କିମ୍ବା ଖବର ପାଇ ଖୁସି ହୋଇଯିବ । ଭାବପ୍ରବଣତା ବଶତଃ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହୋଇପାରନ୍ତି ।

ମିଥୁନ: କୌଣସି ବିଷୟରେ ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି ।

କର୍କଟ: କାର୍ଯ୍ୟ ସାଧନାରେ ନିଜ ଲୋକମାନଙ୍କ ତରଫରୁ ସହ-ଯୋଗ ପଇବେନି । ନିର୍ମାଣାଧୀନ ଗୃହ,ରାସ୍ତାକାମ ହଠାତ୍ କିଛି ଦିନ ସକାଶେ ଅଟକି ରହିଯାଇପାରେ ।

ସିଂହ: କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡିକ ଆଜି ହିଁ ଶେଷ କରିବାକୁ ମନସ୍ଥ କରିବେ । ପିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ ।

କନ୍ୟା: ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରିପାରନ୍ତି । କର୍ମକ୍ଷେତ୍ରରେ ଏକ ସାଧାରଣ ଘରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ ଟାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ ।

ତୁଳା: କାମଗୁଡିକ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ ସମ୍ପନ୍ନ ହେବ ଆପଣଙ୍କ ପାଇଁ ହୋଇ ନ ପାରେ । ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରି ଅସୁବିଧାର ସମ୍ମୁଖୀନ ହେବେ ।

ବିଛା: ଆଜି ଦିନସାରା ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଜ୍ୟେଷ୍ଠା ନକ୍ଷତ୍ର ଭୁଲ୍ ରାସ୍ତାରେ ପାଦ ଦେଇ ଅସୁବିଧାରେ ପଡିପାରନ୍ତି ।

ଧନୁ: ଆଜି ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା କାମଟିରେ ସଫଳତା ପାଇପାରିବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ,ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖା ଦେବ ।

ମକର: ଯେତେ ପ୍ରକାର ଭଲ କାମ କଲେ ମଧ୍ୟ ଶତ୍ରୁତା, ଈର୍ଷାପରାୟଣ , ଅସୁସ୍ଥତା ଓ ଅଭାବବୋଧ ମନ ଭାରାକ୍ରାନ୍ତ ରହିବ ।

କୁମ୍ଭ: ଆଜି ଆନୁଷଙ୍ଗିକ ସାହାର୍ଯ୍ୟ ସହ-ଯୋଗ ପାଇ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି । ।

ମୀନ: ଆଜି ପରିବାର କଥା ନେଇ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି । ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ ।