ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: ମଙ୍ଗଳ ଓ ଶନିଙ୍କ ସୁପ୍ରଭାବରୁ ଆଜିର ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଯେ କୌଣସି ପରିସ୍ଥିତି ହେଲେ ମଧ୍ୟ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ ।

ବୃଷ: ଶୁକ୍ର ତୃତୀୟସ୍ଥ ଯୋଗୁ ହିତୈଷୀମାନଙ୍କ ତରଫରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ ।

ମିଥୁନ: ବୁଧ କେନ୍ଦ୍ରରେ ସ୍ୱଗୃହୀ ୍େ‌ାଗୁ ପ୍ରତ୍ୟେକ କ୍ଷେତ୍ରରେ କାମକରିବା ସକାଶେ ଉତ୍ସାହିତ ହେବେ ଓ ସାଫଲ୍ୟତା ହାସଲ କରିବେ ।

କର୍କଟ: ରାଶ୍ୟାଧିପ ପାପଯୁକ୍ତ ହୋଇ ବ୍ୟୟ ଭାବସ୍ଥ ଯୋଗୁଁ ପାରିପାଶ୍ୱିର୍କ ସ୍ତରରେ କୌଣସି ବ୍ୟତିକ୍ରମ ଦୁଶ୍ଚିନ୍ତାର କାରଣ ହେବ । ସାହାର୍ଯ୍ୟ ଓ ବନ୍ଧୂ ମିଳନରୁ ଉତ୍ସାହିତ ହେବେ ।

ସିଂହ: ବଳବାନ୍ ରବି ନିଜ ରାଶିରେ ପ୍ରଭାବଶାଳୀଜନିତ ସ୍ୱାସ୍ତ୍ୟ ସମସ୍ୟା ସୁଧୁରିଯିବା କାରଣରୁ ସାମୟିକ ଖୁସୀ ରହିବେ । ସଂକଟଜନକ ସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ ।

କନ୍ୟା: କର୍ମାଧିପ ରାଶିରେ ରହି ସ୍ୱାସ୍ଥ୍ୟ ଓ କର୍ମକ୍ଷେତ୍ରର ସମସ୍ୟାକୁ ସୁଧାରି ନେବାରେ ସାହାର୍ଯ୍ୟ କରିବେ । ଆଜିର ଆଲୋଚନା କାଳରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ ।

ତୁଳା: ଶତ୍ରୁଗୃହୀ ଶୁକ୍ର ପ୍ରଭାବରେ ଅଧିକାଂଶ ସମୟ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ମାଲିମୋକଦ୍ଦମାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରେ ।

ବିଛା: ଖୁବ୍ ସମୟ ମଧ୍ୟରେ କର୍ମକ୍ଷେତ୍ରରେ ଲାଗି ରହିଥିବା ବ୍ୟସ୍ଥତା ଦୁର ହୋଇଯିବ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ।

ଧନୁ: ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ କଖହ ସୃଷ୍ଟିର ଆଶଙ୍କା ଦେଖା ଦେଇପାରେ । ମୂଳା ନକ୍ଷତ୍ର ପାଇଁ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ସାମାନ୍ୟ କଥାରେ ମୁହଁ ଫେରାଇ ନେଇପାରେ ।

ମକର: ପାପଗ୍ରସ୍ତ ଚନ୍ଦ୍ରଙ୍କ ଯୋଗୁ ଭୁଲ୍ ବୁଝାମଣା ବଶତଃ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । ପୂର୍ବ ସ୍ଥିରୀକୃତ ଯୋଜନା ଗୁଡିକ ଠିକ୍ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ ।

କୁମ୍ଭ: ବନ୍ଧୁମାନଙ୍କ ସହାୟତାରେ ବଜେୟା ଅର୍ଥ ଆଦୟ କରିବାରେ ସକ୍ଷମ ହେବେ । ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ଉପୁଜିପାରେ ।

ମୀନ: ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଳ ହେବ । ସତର୍କତା ଅବଲମ୍ବନ କରିପାରିଲେ ଉପକୃତ ହେବେ ।