ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: ପୂର୍ବାପେକ୍ଷା ପରିସ୍ଥିତି କେତେକାଂଶରେ ଭଲ ହେଲେ ମଧ୍ୟ ପ୍ରତ୍ୟେକ କାମରେ ଅନ୍ତଦ୍ୱର୍ନ୍ଦ୍ୱ ଲାଗି ରହିବ । ସଦାବେଳେ ହାତ ଖାଲି ରହିବାରୁ ମନରେ ସରସତା ରହିବ ନାହିଁ ।

ବୃଷ:  କେତେକ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ମାନସିକ ଅଶାନ୍ତି ଦେଖା ଦେବାର ସମ୍ଭାବନା ରହିଛି । ଅର୍ଥ କିମ୍ବା ଆବଶ୍ୟକତା ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ ।

ମିଥୁନ:  ଆଜି ଯେଉଁ କାମରେ ହାତଦେବେ ।, ସେଥିରେ ନିଶ୍ଚିତ ସଫଳତା ହାସଲ କରିବେ । ସାଧାରଣ କଥାକୁ କେନ୍ଦ୍ର କରି ପରିବାର ମଧ୍ୟରେ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ ।

କର୍କଟ: କର୍ମାରମ୍ଭର ପ୍ରାଥମିକ ସ୍ତରରେ ସାମାନ୍ୟ ପ୍ରତିବନ୍ଧକ ଦେଖା ଦେବ । ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ବନ୍ଧୁଙ୍କ ନିମନ୍ତ୍ରଣ, ଦୂରଯାତ୍ରା ଓ ବନ୍ଧୁମିଳନ ଜନିତ ମନ ଏକପ୍ରକାର ଖୁସୀ ରହିବ ।

ସିଂହ:  ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡିକ ଯୋଗୁ ମାନସିକ ଶାନ୍ତି କେତେକାଂଶରେ ବ୍ୟାହତ ହେବ । କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ରାଜନୀତି,ସଭାସମିତି ଓ କଳା, କ୍ରୀଡା ପାଇଁ ପ୍ରତିକୂଳ ପରିସ୍ଥିିତି ବଢିପାରେ ।

କନ୍ୟା:  ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭ ପ୍ରଦ ହେବ ଓ ବନ୍ଧୁ ମିଳନ ଘଟିବ ।

ତୁଳା:  ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ । ଚିତ୍ରା ନକ୍ଷତ୍ରର ଋଣ ସୂତ୍ରରେ ଅର୍ଥ ଲାଭ ପାଇଁ ପ୍ରଯତ୍ନ କରିବେ ।

ବିଛା: ନିଜର ପ୍ରାଧାନ୍ୟ ରକ୍ଷା କରିବାକୁ ଯାଇ ବନ୍ଧୁମାନଙ୍କ ସହ ମତାନ୍ତରର ସମ୍ଭାବନା ରହିଛି । ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ ଓ ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ ।

ଧନୁ: ଦିନ ମଧ୍ୟରେ ଅର୍ଥ ଲାଭ, ସମ୍ମାନ ପ୍ରାପ୍ତି, କାର୍ଯ୍ୟ ସିଦ୍ଧି ହେତୁ ମନ ମଧ୍ୟ ପ୍ରଫୁଲ୍ଲ ରହିବ । ଯେ କୌଣସି କାମ ଆରମ୍ଭ ପୂର୍ବରୁ ସରଳ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି ।

ମକର: ପୂର୍ବାହ୍ନରେ କୌଣସି ପ୍ରିୟଜନଙ୍କ ସମ୍ପର୍କରେ ଚିନ୍ତା କରିବାକୁ ପଡିପାରେ । ନିଜସ୍ୱ ଅବହେଳା ଯୋଗୁଁ କେତେକ କାମ ସକାଶେ ଅନ୍ୟର ସାହାର୍ଯ୍ୟ ନେବାକୁ ବାଧ୍ୟ ହେବେ ।

କୁମ୍ଭ:  ନୂତନ ଗୃହ, ଯାନ ବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ । ଦୂରଯାତ୍ରା ଆରମ୍ଭ ପୂର୍ବରୁ ହଠାତ୍ ସ୍ଥଗିତ ହୋଇଯାଇପାରେ ।

ମୀନ:  ଆଜି ସ୍ୱାସ୍ଥ୍ୟରେ ଉନ୍ନତି, ଜମିଜମା ବିବାଦର ସମାଧାନ, ବାଣିଜ୍ୟବ୍ୟବସାୟ, ପରିବହନରେ ଉନ୍ନତି କରିବେ । ସାମ୍ବାଦିକତା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବେ ।