ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: ସମସ୍ୟା ବିଜଡିତ ପରିସ୍ଥିତିରେ ବନ୍ଧୁଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବେ । ଆନୁଷ୍ଠାନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

ବୃଷ: ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା ହ୍ରାସ ପାଇପାରେ । ପାରିବାରିକ ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରୁ ଅର୍ଥ ଆଣିବେ ।

ମିଥୁନ: କର୍ମକ୍ଷେତ୍ରରେ ଚାପର ବଶବର୍ତ୍ତୀ ହୋଇ କେତେକ କାମ କରିବାକୁ ବାଧ୍ୟ ହେବେ । ପଡୋଶୀମାନେ ଈର୍ଷାନ୍ୱିତ ହୋଇ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇପାରନ୍ତି ।

କର୍କଟ: ଅତୀତ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବିବାଦ ଦେଖା ଦେଇ ପାରେ । ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତତ୍ପରତା ବଢିଯିବ ।

ସିଂହ: ଦୀର୍ଘଦିନରୁ ଯାହା ଆଜି ଯାଏଁ ଚାହୁଁଛନ୍ତି ତାହା ପାଇବା ସକାଶେ ବେଶି ବିଳମ୍ବ ହେବ ନାହିଁ । ଆକସ୍ମିକ କାରଣକୁ ନେଇ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇପାରେ ।

କନ୍ୟା: ଚେଷ୍ଟା କରୁଥିବା କାମରେ ଆଶାତୀତ ସଫଳତା ହାସଲ କରିବେ ଓ ସମସ୍ୟା ସମାଧାନ ହୋଇଯିବ । ବ୍ୟବସାୟିକ ଦିଗରୁ ଦିନଟି ମନ୍ଦ ନୁହେଁ, ଫଳତଃ ମାନସିକ ସ୍ଥିତି ବହୁତ ଭଲ ରହିବ ।

ତୁଳା: କର୍ମକ୍ଷେତ୍ରରେ ଅନ୍ୟମାନେ ଆପଣଙ୍କ ପାଇଁ ସମସ୍ୟାର କାରଣ ସାଜି ପାରନ୍ତି । ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାର୍ଯ୍ୟ କାମକୁ ଆସିବ ।

ବିଛା: ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବାରେ ନିକଟ ସମ୍ପର୍କୀୟମାନଙ୍କ ଅବଦାନକୁ ଭୁଲି ପାରିବେ ନାହିଁ । ପରକଥାକୁ ପ୍ରାଧାନ୍ୟ ଦିଅନ୍ତୁ ନାହିଁ ।

ଧନୁ: କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାର୍ଯ୍ୟ, ସହ-ଯୋଗ ଓ ସଦିଚ୍ଛା ଲାଭ କରି ଖୁସୀ ରହିବେ । ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ କାର୍ଯ୍ୟସାଧନ କରିବେ ।

ମକର: ଆଜିର କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ । ପୂର୍ବରୁ ସୂଚନା ଦେଇ ସନ୍ଧ୍ୟାରେ ଘରକୁ ନୂତନ ବନ୍ଧୁ କେହି ଆସିପାରନ୍ତି ।

କୁମ୍ଭ: ଅଯଥା ସନ୍ଦେହଜନିତ କାରଣରୁ ଘରୋଇ କଳହ ବଢି ବଢି ମନ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ମଧ୍ୟ ଯୋଜନା ଗୁଡିକ ଠିକ୍ ଭାବେ କାର୍ଯ୍ୟ କାରୀ ନ ହୋଇପାରେ ।

ମୀନ: ପରିବାରରେ ଭୁଲ୍ ବୁଝାମଣା କାରଣରୁ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବ । ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ନିଶ୍ଚିତ ସଫଳତା ହାସଲ କରିପାରିବେ ।