ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: ଆପଣ ମନେ ମନେ ଚିନ୍ତା କରିଥିବା କାମଗୁଡିକ ଆଜି ବାସ୍ତବରେ ଓଲଟା ହେବ । ବନ୍ଧୁମାନଙ୍କ ମେଳରେ ଆଜିର ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରୀତିପଦ ହେବ ।

ବୃଷ:  କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଆବଶ୍ୟକତା ପୁରଣ କରିବା ଦିଗରେ ଋଣ ସୂତ୍ରରେ ଅର୍ଥଲାଭ କରିବେ ।

ମିଥୁନ:  ଆଜିର କର୍ମକ୍ଷେତ୍ରରେ, ଆନୁଷ୍ଠାନିକ କାମରେ, ସେବା ମନୋବୃତ୍ତିରୁ ପ୍ରଶଂସିତ ହେବେ । ପିଲାଙ୍କ ଶିକ୍ଷା ଓ ଆଗାମୀ ପରୀକ୍ଷା ସମସ୍ୟା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ ।

କର୍କଟ: ସାମାଜିକ ସ୍ତରରେ ଅର୍ଥ ଓ ସମ୍ମାନ ମିଳିବା ଦିଗରେ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡିବ । ଅପ୍ରିୟ ସତ୍ୟ ଭାହଣ ସମସ୍ୟା ସୃଷ୍ଟିର ଏକମାତ୍ର ମୁଖ୍ୟ କାରଣ ହୋଇପାରେ ।

ସିଂହ: ବିଭିନ୍ନ ସମସ୍ୟା ମଧ୍ୟରେ କୌଣସି ନିଶ୍ଚିତ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବେ ନାହିଁ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ଅଫିସରେ ନୁତନ ଦାୟିତ୍ୱ ନେଇପାରନ୍ତି ।

କନ୍ୟା:  ସ୍ୱଜନଶତ୍ରୁତା ଯୋଗୁଁ କାର୍ଯ୍ୟଗୁଡିକ ମଧ୍ୟ ଠିକ୍ ସମୟରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ । ଆର୍ଥିକ ସ୍ଥିତି ଉନ୍ନତ ରହିବା ସହ ପାରିବାରିକ ଜୀବନ ସୁଖରେ ଅତିବାହିତ କରିବେ ।

ତୁଳା: ଦୀର୍ଘଦିନରୁ ଅପେକ୍ଷା କରିଥିବା କାମ ସମ୍ପର୍କରେ କିଛି ଆଶାଜନକ ଖବର ପାଇ ସାମୟିକ ଖୁସୀ ହୋଇଯିବେ । ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ ।

ବିଛା:  କର୍ମକ୍ଷେତ୍ରରେ ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ । ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ ।

ଧନୁ:  କର୍ମକ୍ଷେତ୍ରରେ ଅପ୍ରିୟ ସତ କହି ବିରୋଧୀ ହୋଇପାରନ୍ତି । ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ଭାବୁଥିବା କାମଟିକୁ ଶେଷ କରିପାରିବେନି ।

ମକର:  ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । କାର୍ଯ୍ୟହାନି ସଙ୍ଗକୁ ଆର୍ଥିକ ଦୁଃସ୍ଥିତି ଚିନ୍ତାଜନକ ପରିଣାମ ସୃୃଷ୍ଟି କରିବ ।

କୁମ୍ଭ:  କାମ ହାସଲ ହେବା କରଣରୁ ମାନସିକ ସ୍ଥିତି ଏକ ପ୍ରକାର ଭଲ ରହିବ । ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ । କର୍ମକ୍ଷେତ୍ରରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।

ମୀନ:  ମନର ବଳ ଖୁବ୍ ଟାଣ ରହିବା ଏବଂ ଜିଦ୍ ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିବେ । ଅବହେଖିତ କାର୍ଯ୍ୟ ସକାଶେ ଅନୁତାପ କରିବେ, ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି ।