ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ:  ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡିକୁ ସଫଳତାର ସହ ସମ୍ପନ୍ନ କରିବେ । କର୍ମକ୍ଷେତ୍ରରେ ବିଗତ ଦିନରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ ।

ବୃଷ:  ରାଶିରେ ଶୁକ୍ର ବକ୍ରୀ ଶନିଙ୍କ ଦୃଷ୍ଟିରେ ଥିବାରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ଆପଣଙ୍କ ମଧୁର ବିନୟ ବଚନ ପ୍ରଭାବରୁ ସମସ୍ୟାଗୁଡିକର ସରଳ ସମାଧାନ କରିବାରେ ସଫଳ ହେବେ ।

ମିଥୁନ: ଆଜି ଆକସ୍ମିକ ଭାବେ ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ । ନିର୍ମାଣାଧୀନ କାମର ଶେଷ ପର‌୍ୟ୍ୟାୟରେ ପ୍ରତିବନ୍ଧକ ଦୁର ହେବ ।

କର୍କଟ: ଆଜି କୌଣସି ନୂତନ କାର‌୍ୟ୍ୟାରମ୍ଭ କରିବା ସକାଶେ ମନସ୍ଥ କରିପାରନ୍ତି । କର୍ମକ୍ଷେତ୍ରରେ ମନର ବଳ ଖୁବ୍ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରିପାରିବେ ।

ସିଂହ:  କର୍ମାଧିପ ନୀଚାରୋହୀ ହୋଇ ଦ୍ୱାଦଶସ୍ଥ ଯୋଗୁ କାମର ଚାପ ବୃଦ୍ଧି ପାଇବା କାରଣରୁ ସ୍ଥିରତା ରହିବ ନାହିଁ । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ ।

କନ୍ୟା:  ତିନୋଟି ଗ୍ରହ ରାଶିରେ ଅବସ୍ଥାନ କରିଥିବାରୁ ଆଜି ଆପଣଙ୍କୁ କୋଣସି ସମସ୍ୟା ବିଚଳିତ କରିପାରିବ ନାହିଁ । ସମସ୍ୟା ସମାଧାନ ପାଇଁ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ ।

ତୁଳା: ସ୍ୱସ୍ଥାନପାଳକ ଶନି ହେତୁ ପରିବାରରେ ସୁଖ ଶାନ୍ତି ଫେରାଇଆଣିବା ଚେଷ୍ଟା କଦାପି ବିଫଳ ହେବନି । ତର୍କ କାରଣରୁ ସ୍ତ୍ରୀଙ୍କ ସହ ଉଚ୍ଛପାର୍ଥକ୍ୟ ଦେଖା ଦେଇ ପାରେ ।

ବିଛା:  ଏକାଦଶସ୍ଥ ଗ୍ରହ ପ୍ରଭାବରେ କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ବନ୍ଧୁ ଦେଖାସାକ୍ଷାତରୁ ଉପକୃତ ହେବେ ।

ଧନୁ:  ସଚେତନତା ଅଭାବରୁ ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ । ପାଖ ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ ହାତକୁ ନେଇଥିବା କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ ।

ମକର:  କର୍ମକ୍ଷେତ୍ରରେ ଆପଣ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ପରିବାର ଓ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ ।

କୁମ୍ଭ: କେନ୍ଦ୍ରସ୍ଥ ଗ୍ରହ ପ୍ରଭାବରୁ କୌଣସି ନୂତନ କାର‌୍ୟ୍ୟରେ ହାତ ଦେବାକୁ ସ୍ଥିର କରିବେ ଓ ସାମୟିକ ଅସୁବିଧାର ସମ୍ମୁଖୀନ ହେବେ ।

ମୀନ:  ଆଜିର ଗ୍ରହସ୍ଥିତିରୁ ବେଖାତିର ଭାବରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ପରିବହନ କ୍ଷେତ୍ରରେ, ଆଲୋଚନା ପରିସରରେ ସ୍ଥଗିତ କାମ ସଂମ୍ପୂର୍ଣ୍ଣ ହୋଇପାରିବ ।