ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ:  ପଡୋଶୀମାନେ ସହ-ଯୋଗର ହାତ ବଢାଇବେ ଓ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି ।

ବୃଷ:  ବକ୍ରୀ ମଙ୍ଗଳ ଅଶ୍ୱିନୀ ନକ୍ଷତ୍ରସ୍ଥ ଶାରୀରିକ ସୁସ୍ଥତା ପୂର୍ବପରି ଭଲ ଥିଲେ ମଧ୍ୟ ମାନସିକ ସ୍ଥିରତା ରହିବ ନାହିଁ । ଆର୍ଥିକ ସ୍ଥିତି ଦୁର୍ବଳ ହେବା କାରଣରୁ ସବୁ କାମ ଅଟକି ରହିପାରେ ।

ମିଥୁନ:  କର୍ମାଧିପ ପାପପ୍ରଭାବରୁ ମୁକ୍ତ ହେବା ଯୋଗୁ କୌଣସି ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୁର୍ଣ୍ଣ ସହଯୋଗ ପାଇ ପାରିବେ । ପ୍ରିୟଜନଙ୍କ ସାହାର‌୍ୟ୍ୟ ପାଇବେ ।

କର୍କଟ:  ଶୁକ୍ର ଓ ଚନ୍ଦ୍ରଙ୍କ କ୍ଷେତ୍ରବିନିମୟ ଯୋଗ ପ୍ରଭାବରୁ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ବହୁତ ଭଲ ରହିବ । ବିବାଦୀୟ ଘଟଣାରେ, ମାଲିମୋକଦ୍ଦମାରେ ଜୟଲାଭ କରିବାର ଆଶା ରହିଛି ।

ସିଂହ:  ନୀଚାରୋହୀ ରବିଙ୍କ ଯୋଗୁଁ ଦୈହିକ ଏବଂ ମାନସିକ ସୁସ୍ଥତା ଓ ସ୍ଥିରତା ରହି ନ ପାରେ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି ।

କନ୍ୟା:  ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ । ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ କାମ ହାସଲ କରି ଖୁସୀ ହେବେ ।

ତୁଳା:  ଆଜିର କାମରେ ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇପାରନ୍ତି । ବିଭିନ୍ନ ସମସ୍ୟା ମଧ୍ୟରେ ବୁଡି ରହି ନିଜର କାମଗୁଡିକକ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ ।

ବିଛା:  ଶନିଙ୍କ ପ୍ରଭାବରୁ ବନ୍ଧୁଙ୍କ ନିକଟରୁ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ ପାଇବ । ମିଥ୍ୟା ଗୁଜନ ମାନସିକ ସ୍ଥିତିକୁ ଦୋହଲାଇ ଦେବ ।

ଧନୁ:  ଆଜିର ପୂର୍ବାହ୍ନରେ ଅଫିସରୁ ହଠାତ୍ କୌଣସି ଖବର ପାଇ ବିଚଳିତ ବୋଧ କରିବେ । ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ଆବଶ୍ୟକତା ପୂର୍ଣ୍ଣ ହେବା କାଠିକର ପାଠ ହେବ ।

ମକର:  ପରୋକ୍ଷ ଶତ୍ରୁତା କରୁଥିବା କୌଣସି ବ୍ୟକ୍ତିମାନଙ୍କ ଦ୍ୱାରା ଆଜିର କର୍ମ କ୍ଷେତ୍ର ବିଶୃଙ୍ଖଳିତ ହୋଇପାରେ । ମୂଳା ନକ୍ଷତ୍ର ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ ।

କୁମ୍ଭ:  ସାଧାରଣ କଥାକୁ ଅତିରଞ୍ଜିତ କରି ପରିବାର ଭିତରେ ଅଯଥା ବ୍ୟସ୍ତତାଜନିତ ସମାଲୋଚିତ ହେବେ । ଅନ୍ୟମନସ୍କ ହେତୁକ କୋଣସି ଭୁଲ୍ କାମ କରିବେ ।

ମୀନ: ଶନିଙ୍କ ବଳବାନତ୍ୱ ହେତୁ ଉପଯୁକ୍ତ ଚିକିତ୍ସା କରିବା ହେତୁ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ । ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାର‌୍ୟ୍ୟ ଭିକ୍ଷା କରିପାରନ୍ତି ।