ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: କର୍ମାଧିପତିଙ୍କ ପୃଷ୍ଠଦେଶରେ ଧନାଧିପ ହେତୁ ସମସ୍ତ ପ୍ରକାରର ସୁବିଧାଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ପାରିବାରିକ ସ୍ଥିତି ପୂର୍ବପରି ରହିବ ।

ବୃଷ: ତୃତୀୟାଧିପ ନୀଚସ୍ଥ କାରଣରୁ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇବା କଷ୍ଟକର ହୋଇପାରେ । କେତେକ ସାଧାରଣ କଥାକୁ କେନ୍ଦ୍ର କରି କିମ୍ବା ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ ।

ମିଥୁନ: ଆଜି ଅଷ୍ଟମ ସ୍ଥାନରେ ବଳହୀନ ଚନ୍ଦ୍ରଙ୍କ ଯୋଗୁ ଆପଣଙ୍କ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାଶ୍ୱିର୍କ ପରିସ୍ଥିତି ଭଲ ରହିବ ନାହିଁ ।

କର୍କଟ: ରାଶିରେ ଶୁକ୍ର ଥିବାରୁ ଆଜି ଦିନଟି ଆପଣଙ୍କ ପାଇଁ ପ୍ରତ୍ୟେକ ଦିଗରୁ ଅନୁକୂଳ ରହିବ । ଦୂରରେ ରହୁଥିବା ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ ।

ସିଂହ: ଶନିଙ୍କ ପ୍ରଭାବରେ ଦୀର୍ଘ ଦିନର ଅପୂରଣୀୟ ଆଶା ମନରେ ବିଭିନ୍ନ ପ୍ରକାରର ଆଶଙ୍କା ସୃଷ୍ଟି କରିପାରେ । କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି ।

କନ୍ୟା: ବୁଧ ସ୍ୱଗୃହରେ ବଳବାନ୍ ଯୋଗୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହ-ଯୋଗ ପାଇବେ । ବହୁତ ଦିନରୁ ଖୋଜୁଥିବା ଜିନିଷ ଆଜି ହଠାତ୍ ପାଇଯିବେ ।

ତୁଳା:  ପାପଗ୍ରହ ମଧ୍ୟସ୍ଥ ବୃହସ୍ପତିଜନିତ ପାରିବାରିକ କ୍ଷେତ୍ରରେ ଅସ୍ଥିରତା କର୍ମକ୍ଷେତ୍ରସ୍ଥ ପ୍ରଭାବିତ କରିବାର ସମ୍ଭାବନା ରହିଛି । ସାଙ୍ଗସାଥୀ ମଧ୍ୟରେ ସମାୟିକ ଅଶାନ୍ତି ଦେଖାଦେଇପାରେ ।

ବିଛା:  ଆଜିର ରବି ଓ ବୁଧଙ୍କ ସଂଯୋଗ କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ସମସ୍ୟା କାରଣରୁ ମନ ଭାରାକ୍ରାନ୍ତ ରହିବ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି ।

ଧନୁ: କଳହ ଲାଗି ଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ, ନଚେତ୍ ହଇରାଣ ହେବାକୁ ପଡିପାରେ । ସାୟାହ୍ନେ ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ ।

ମକର:  ସାଧାରଣ କଥାକୁ ଅତିରଞ୍ଜିତ କରି ପରିବାର ଭିତରେ ଅଯଥା ବ୍ୟସ୍ତତାଜନିତ ସମାଲୋଚିତ ହେବେ । ଅନ୍ୟମନସ୍କ ହେତୁ କୌନସି ଭୁକ୍ କାମ କରିବେ ।

କୁମ୍ଭ:  ନିଜ ପରିସରର ନିଜର ଲୋକମାନଙ୍କ କଦର‌୍ୟ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । କେତେକ କ୍ଷେତ୍ରରେ ଜିଦ୍‌ଖୋର ପ୍ରବୃତ୍ତି ଯୋଗୁଁ ହଇରାଣ ହୋଇପାରନ୍ତି ।

ମୀନ: କର୍ମାଧିପ ସପ୍ତମ କେନ୍ଦ୍ରସ୍ଥ ହେତୁ ଆଜି ଯେଉଁ କାମ ଆରମ୍ଭ କରିବାକୁ ଯିବେ, ତାହା ଅବଶ୍ୟ ସଫଳ ହେବ । ରାଜନୈତିକ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡିବ ।