ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: କେନ୍ଦ୍ରସ୍ଥ ବୁଧ ହେତୁ ଆଜି କୌଣସି ଆନୁଷ୍ଠାନିକ କାମରେ ନିଜକୁ ନିୟୋଜିତ କରିବାକୁ ପଡିପାରେ । ଘର କିମ୍ବା ଜମିଜମା, ପୁରୁଣା ଗାଡି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନ ବଳାଇବେ ।

ବୃଷ: କର୍ମକ୍ଷେତ୍ରରେ ବିଶୃଙ୍ଖଳାଜନିତ ଯୋଗୁ କାମଟି ବିଗିଡି ଯାଇପାରେ । ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ, ଯାହା କି ମନରେ ଦୁଶ୍ଚିନ୍ତା ସୃଷ୍ଟି କରିପାରେ ।

ମିଥୁନ: ମଙ୍ଗଳ ଓ ଶନି ନିଜ ନିଜ ଗୃହରେ ରହିଥିବାରୁ ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ । ଅଟକି ରହିଯାଇଥିବା ଅଫିସ୍‌ର କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ ହେବ ।

କର୍କଟ: ମଙ୍ଗଳ ଦୃଷ୍ଟି ଚନ୍ଦ୍ର ଜନିତ ପ୍ରତ୍ୟେକ କ୍ଷେତ୍ରରେ ଆଜି ଆପଣ ଦୃଢ ମନୋବଳ ନେଇ ଆଗକୁ ମାଡି ଚାଲିବେ । କିନ୍ତୁ ଆପଣଙ୍କ କାର୍ଯ୍ୟକଳାପରେ ସାମୟିକ ଅସନ୍ତୁଷ୍ଟ ହୋଇ ଖଳଲୋକମାନେ ପଛରେ ବହୁତ ସମାଲୋଚନା କରିପାରନ୍ତି ।

ସିଂହ: ନୀଚସ୍ଥ ଚନ୍ଦ୍ର ପ୍ରଭାବରୁ ପରିବାରର ବାରଣ ନ ମାନି ପଡୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇ ସମାଲୋଚିତ ହେବେ । ଟେନ୍‌-ସନ୍ କିଛି ମାତ୍ରାରେ ଲାଗି ରହିବ ।

କନ୍ୟା: ଅଷ୍ଟମାଧିପତି ଧନାଧିପତିକୁ ଅବଲୋକନ କରୁଥିବାରୁ ଅର୍ଥ ସମ୍ପର୍କୀୟ ବିବାଦର ସମ୍ମୁଖୀନ ହେବେ । ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମଗୁଡିକ ଠିକ୍ ଭାବେ ସମ୍ପନ୍ନ ହେବା କହ୍‌ଟକର ହୋଇପଡିବ ।

ତୁଳା: ଶୁକ୍ରଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଆନୁଷ୍ଠଙ୍ଗିକ ସାହାର୍ଯ୍ୟ ସହ-ଯୋଗ ପାଇ କାମ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ ।

ବିଛା: ଆଜି ଦିନ ମଧ୍ୟରେ ଯେଉଁଠି ଯାହା କହିବେ କିମ୍ବା କରିବେ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେବ । ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେକରିପାରନ୍ତି ।

ଧନୁ: ପାପଗ୍ରହଯୁକ୍ତ ଚନ୍ଦ୍ର ଜନିତ ମାନସିକ ଅସ୍ଥିରତା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।। ପରିବାରର ଖର୍ଚ୍ଚ ଭାର କ୍ରମଶଃ ବଢି ବଢି ଯିବା କାରଣରୁ ମନରେ ସରସତା ରହି ନ ପାରେ ।

ମକର: ପାରିବାରିକ ସମସ୍ୟା ରହିଥିଲେ ମଧ୍ୟ ତାହା ନିୟନ୍ତ୍ରଣ ବାହାରକୁ ଯିବ ନାହିଁ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ ।

କୁମ୍ଭ: ଦେବଗୁରୁଙ୍କ ପ୍ରଭାବରେ ଆପଣଙ୍କ ଆକର୍ଷଣୀୟ ବାକ୍ ବିଳାସ ସାମାଜିକ ପ୍ରତିଷ୍ଠାର ମାଧ୍ୟମ ପାଲଟି ଯିବ । କିନ୍ତୁ ଚନ୍ଦ୍ରଙ୍କ ଦୁର୍ବଳତା ଅପୁରଣୀୟ ଅଭିଳାଷଜନିତ ମାନସିକ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି କରିବ ।

ମୀନ: ଶନିଦୃଷ୍ଟି ଚତୁର୍ଥ ଭାବ ପରିବାର, ବନ୍ଧୁସମ୍ପର୍କରେ ଫାଟ ସୃଷ୍ଟି କରିବାର ଆଶଙ୍କା ରହିଛି । ନିଜ ଲୋକମାନଙ୍କ ପରୋକ୍ଷ ଶତ୍ରୁତା ଭାବପ୍ରବଣତା ସୃଷ୍ଟି କରିବ ।