ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: ଆଶାଜନକ ପରିବେଷ ପରିସ୍ଥିତି ମଧ୍ୟରେ ଦିନ କଟିବ, ମନୋବଳ ଦୃଢ ଏବଂ ଶାନ୍ତ ରହିବ । କର୍ମକ୍ଷେତ୍ରରେ ମାନସିକ ଚାପ ରହିବ, ଚେଷ୍ଟା କରୁଥିବା କାର୍ଯ୍ୟରେ ବିଳମ୍ବ ହେବ । ବନ୍ଧୁବର୍ଗରେ ସାହାଯ୍ୟ, ଗୁପ୍ତଧନ, ପୋତାଧନ, ବୀମାଧନ ଉତ୍ତରାଧିକାରୀ ସୂତ୍ରେ ଧନଲାଭ । ମା ଭୁବନେଶ୍ବରୀଙ୍କୁ ଦର୍ଶନ ଓ ଦୁର୍ଗାଚାଳିଷା ପାଠ ।

ବୃଷ: ଗୃହରେ ଶୁଭ କର୍ମ ହେବ, ଶତୃଜୟ, ମାନସିକ ଶାନ୍ତି ଏବଂ ସ୍ୱାସ୍ଥ୍ୟ ଭଲ ରହିବ । ବୈବାହିକ କିମ୍ବା ପ୍ରେମ ଜୀବନରେ ନିରବ ରୁହନ୍ତୁ, ବୃଥା ଆଡମ୍ବର ଓ ଆଳସ୍ୟ ତ୍ୟାଗକରି କର୍ମକ୍ଷେତ୍ରକୁ ଚାଲନ୍ତୁ । ଆଇନ ଅଦାଲତର ସାହାଯ୍ୟ ନେବାକୁ ପଡିପାରେ, କର୍ମଚାପ ରହିବ । ଆଦିତ୍ୟହୃଦୟ ସ୍ତ୍ରୋତ୍ର ପାଠ କରନ୍ତୁ ।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ଲାଭ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଷ ଭଲ ରହିବ । ପାରିବାରିକ ସୌଖ୍ୟ ପ୍ରାପ୍ତି, ବ୍ୟବସାୟରେ ଉର୍ଣ୍ଣତି, ବନ୍ଧୁମିଳନ ଓ ଜନସମ୍ପର୍କ ବୃଦ୍ଧି । ମନୋବଳ ସକାରାତ୍ମକ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ । ଗୃହରେ ବିଷ୍ଣୁ ଭଗବାନଙ୍କୁ ଛେନା, ମାଠପୋଳି ଓ ତୁଳସିମାଳା ଅର୍ପଣ କରନ୍ତୁ ।

ମିଥୁନ:  ଭୂସମ୍ପତ୍ତି ଓ ନିଜର ସ୍ୱାସ୍ଥ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ସହିତ ଆଲୋଚନା କରନ୍ତୁ । ଉତ୍ସାହ ଉଦ୍ଦିପନା ବୃଦ୍ଧି, ପ୍ରତି ଉଦ୍ୟମ ସିଦ୍ଧି ହେବ, କର୍ମକ୍ଷେତ୍ରରେ ସାଫଲ୍ୟ । ମାନସମ୍ମାନ ଲାଭ, ଆର୍ଥିକ ସଫଳତା ଓ ଉତ୍ତରାଧିକାରୀ ସୁତ୍ରେ ସମ୍ପତ୍ତି ଲାଭର ସୂଚନା । ଓଁ ନମଃ ଶିବାୟ ଜପକରି ଜଳ ସହିତ ଗୁଡ ମିଶାଇ ୯ଥର ଅଶ୍ୱତ୍ଥ ମୂଳରେ ଦିଅନ୍ତୁ ।

କର୍କଟ: ମନୋବଳ ଦୃଢ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ।ମାନସମ୍ମାନ, ଅର୍ଥ, ଲୋକପ୍ରୟତା ଏବଂ ପାରିବାରିକ ସୁଖ ପ୍ରାପ୍ତ ଯୋଗ ରହିଛି । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଏବଂ ବିରୋଧର ସାମନା କରିବେ, ଅର୍ଥଚିନ୍ତା ଦ୍ୱିଗୁଣିତ ହେବ । ଆଜି କିଛି ଲବଙ୍ଗ ହନୁମାନ ଭଗବାନଙ୍କୁ ସମର୍ପଣ କରି ନିଜ ପାଖରେ ରଖିଲେ ଶୁଭତ୍ୱ ଅନୁଭୁତ ହେବ ।

ସିଂହ: ମନମୁତାବକ ଅର୍ଥପ୍ରାପ୍ତି, ସରକାରି ସହାୟତା କିମ୍ବା ଯୋଜନାରେ ସଫଳ, ରାଜନିତିରେ ଲୋକସଂପର୍କ ବଢିବ ।ଭବିଷ୍ୟତର ଯୋଜନାରେ ସଫଳ ହେବେ, ମାତୄପିତୃ କୃପାରୁ ମନ ଆନନ୍ଦ ରହିବ ।ପେଟଜନିତ ଅସୁବିଧା, ଶୁଭକାର୍ଯ୍ୟରେ ବ୍ୟୟ, ଯାନବାହାନ, ଭୂସମ୍ପତ୍ତି ଓ ସମ୍ମାନ ଲାଭର ସୂଚନା । ଶିବ ଭଗବାନଙ୍କୁ ଆରାଧନା ସହିତ ବୃଷଭଙ୍କୁ ଖାଇବାକୁ ଦିଅନ୍ତୁ ।

ତୁଳା: ସନ୍ତାନ ମାନଙ୍କ ଦୃଷ୍ଟିରୁ, ଲୋକ ସମ୍ପର୍କ ଏବଂ ଆର୍ଥିକ ପରିସ୍ଥିତି ଭଲ ରହିବ । ମନ ଦୃଢ ରହିବ ଫଳରେ ସମସ୍ତ ଅଶୁଭତ୍ୱ ସତ୍ତ୍ୱେ ମାନସିକ ଶାନ୍ତି ବଜାୟ ରହିବ ।ଭ୍ରମଣ କଷ୍ଟ, ଶରୀରପିଡା ମାତ୍ର ଆର୍ଥିକ ସ୍ୱଛଳତା ସହିତ ଯୌଥ ବ୍ୟବସାୟରେ ଉନ୍ନତି ।ଶମିଗଛର ଚେର ଧାରଣ କରନ୍ତୁ ରିଷ୍ଟ ଖଣ୍ଡନ ହେବ ।

ବିଛା: ପୈତୃକ ସମ୍ପତ୍ତି ବୃଦ୍ଧିର ସୁଚନା, ଆଥିକ ବିକାଶ ସହିତ କର୍ମକ୍ଷେତ୍ରରେ ଶୁଭ ସୂଚନା । ଦୈନଦିନ ଖର୍ଚ୍ଚ ବଢିବ ମାତ୍ର ସେହି ତୁଳନାରେ ଆୟ ହେବ ନାହିଁ, କର୍ମକ୍ଷେତ୍ରରେ ଚାପ ରହିବ । ପାରିବାରିକ ସହଯୋଗରେ ସମସ୍ତ ଯୋଜନାରେ ସଫଳ ହେବେ, ଆର୍ଥିକ ଉର୍ଣ୍ଣତି ପରିଲିକ୍ଷିତ ହେବ । କଳା ଦୁରଦୁରା ଫୁଲ ୫ଟି ଭଗବାନ ଶିବଙ୍କୁ ଚଢାନ୍ତୁ ଏବଂ “ଓଁ ନମଃ ଶିବାୟ” ୨୭ଥର ଜପ କରନ୍ତୁ ।

ଧନୁ: କୌଣସି ସମାଜକଲ୍ୟାଣ କାର୍ଯ୍ୟକରି ଆତ୍ମତୃପ୍ତି ପାଇବେ, ଛାତ୍ରଛାତ୍ରୀ ମାନଙ୍କର ଆଶାତିତ ଫଳ ମିଳିବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ  ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ ଭବିଷ୍ୟତର ଶୁଭକର୍ମର ସୁଚନା ସୃଷ୍ଟି ହେବ । ରାଜକୀୟ ସମ୍ମାନ ସହିତ ଆର୍ଥିକ ସହାୟତା ପ୍ରାପ୍ତ ହେବ । ବ୍ରହ୍ମଜଷ୍ଠୀ ବୃକ୍ଷ କିମ୍ବା କଦଳୀ ବୃକ୍ଷ ମୂଳରେ ଗୁଡ ଓ ହଳଦୀ ଜଳ ଅର୍ପଣ କରନ୍ତୁ ।

ମକର: ସୁଯୋଗ ସାଫଲ୍ୟ, ଲାଭ ଓ ପ୍ରତିଷ୍ଠା ମିଳିବାର ସୂଚନା ରହିଛି । ଶୁଭକର୍ମ ହେବ, ସନ୍ତାନ ବର୍ଗରେ ଉର୍ଣ୍ଣତି, ଆର୍ଥିକ ଲାଭର ସୂଚନା ରହିବ । ଶୁଭରେ ଶୁଭରେ ଦିନଭରି ସମୟ ଅତିବାହିତ ହେବ । ଶ୍ରୀବିଷ୍ଣୁ ଭଗବାନଙ୍କୁ ଛେନା ଲବଣି ସହିତ ତୁଳସୀ ମାଳା ଅର୍ପଣ କରନ୍ତୁ ।

କୁମ୍ଭ: ଯୌଥ ବ୍ୟବସାୟରେ ପରିବର୍ତ୍ତନ, ସ୍ଥାନାନ୍ତରର ସୂଚନା ।ବିଦ୍ୟାଶିକ୍ଷାରେ ବାଧା, ଦୁଷିତ ଖାଦ୍ୟ ଓ ପାନୀୟ ପାଇଁ ଶରୀର ପିଡା, କର୍ମଚାପ ରହିବ ।ବନ୍ଧୁବର୍ଗରେ ସାହାଯ୍ୟ ମିଳିବ,ଉଦ୍ୟମ ସିଦ୍ଧି, କର୍ମ ସାଫଲ୍ୟ । ହନୁମାନଙ୍କୁ ତୁଳସୀ ଚଢାନ୍ତୁ ଏବଂ ଚାଳିଷା ଜପ କରନ୍ତୁ ।

ମୀନ: ଜୀବନସାଥିର ସ୍ୱାସ୍ଥ୍ୟ ପିଡା, ବ୍ୟବସାୟ ସହଯୋଗୀଙ୍କ ସହ ମତାନ୍ତର, ବ୍ୟୟ ବୃଦ୍ଧି । ଯୋଗ୍ୟତା ଅନୁଯାୟୀ ଫଳ ମିଳିବ ନାହିଁ, ପରିଶ୍ରମ ବୃଥା ଯିବ, ମନ ଅଶାନ୍ତଚରହିବ ।ବିଦ୍ୟା ଅଧ୍ୟନରେ ସଫଳତା, ପିତୃମାତୃ କୃପା, ସୁଖ ବୃଦ୍ଧି ।କାଉକୁ ରୁଟି ଖାଇବାକୁ ଦିଅନ୍ତୁ ।ଶନି ଭଗବାନଙ୍କୁ ରାଶିତେଲର ଦ୍ୱୀପରେ ଗୋଟେ ଲୁହାକଣ୍ଟା ପକାଇ ଆରାଧନା ।