ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: ଶୁକ୍ରଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ସମସ୍ୟାର ସରଲ ସମାଧାନ ହୋଇଯିବ । ଭୋଗ ବିଳାସରେ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ ।

ବୃଷ:  ଭାଗ୍ୟସ୍ଥାନକୁ ଶୁକ୍ର ଦେଖୁଥିବାରୁ ପୂର୍ବ ପରିକଳ୍ପିତ ନୂତନ ଗୃହ, ଅନୁଷ୍ଠାନ, ବାଣିଜ୍ୟାରମ୍ଭ କରିପାରନ୍ତି ।

ମିଥୁନ:  ଶୁଭ ଭାବରେ ଶୁକ୍ର ହେତୁ ପରିବାରରୁ ପୂର୍ଣ୍ଣ ସହ-ଯୋଗ ପାଇ କେତେକ କାମ ହାସଲ କରିବେ ।

କର୍କଟ: ଚତୁର୍ଥ ଏକାଦଶାଧିପ ରାଶିରେ ଥିବାରୁ ଚେଷ୍ଟା ସଫଳ ହେବାରେ କୌଣସି ଅସୁବିଧା ହେବ ନାହିଁ । ଅଜଣା ବ୍ୟକ୍ତିର ସାହାର୍ଯ୍ୟ ପାଇବେ ।

ସିଂହ:  ତୃତୀୟସ୍ଥ ବୁଧ ଷଷ୍ଠାଧିପତିଙ୍କ ଦୃଷ୍ଟିରେ ଥିବାରୁ ନିକଟସ୍ଥ ବ୍ୟକ୍ତି ବିଶେଷମାନେ ପରୋକ୍ଷ ସମାଲୋଚନା କରିପାରନ୍ତି ।

କନ୍ୟା: ମିତ୍ରକ୍ଷେତ୍ରସ୍ଥ ରାଶ୍ୟାଧିପ ହେତୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ଗ୍ରହଣ କରି ଉପକୃତ ହେବେ । କାମଗୁଡିକ ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି ।

ତୁଳା:  ଆଜି ଗୁରୁଚନ୍ଦ୍ର ଯୋଗ ପ୍ରଭାବରୁ ସକାଳୁ ସକାଳୁ ଅର୍ଥ ଲାଭ ସଙ୍ଗକୁ କାର୍ଯ୍ୟସିଦ୍ଧି ଘଟିବ । ବନ୍ଧୁମାନଙ୍କ ସହ ଶୁଭ କାର୍ଯ୍ୟ ପରିପ୍ରେକ୍ଷୀରେ ଦିନଟି ବିତାଇବେ ।

ବିଛା: ଦ୍ୱାଦଶଭାବରୁ ମଙ୍ଗଳ ଦେଖୁଥିବାରୁ ଆଜି ସକାଳୁ ସକାଳୁ ଦୂର ଯାତ୍ରା କରବାକୁ ପଡିପାରେ । ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ।

ଧନୁ:  ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନଙ୍କ ଦୋଷ ଖୋଜି ବୁଲିବେ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ ।

ମକର:  ରାହୁଙ୍କ ସ୍ଥିତି ସୁସମ୍ପର୍କରେ ଭୁଲ୍ ବୁଝାମଣା ଜନିତ ଫାଟ ସୃଷ୍ଟି କରିପାରେ । ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ବ୍ୟବସାୟ, ବାଣିଜ୍ୟ ଉନ୍ନତି ଘଟିବ ।

କୁମ୍ଭ: ମଙ୍ଗଳଙ୍କ ଦୃଷ୍ଟିରେ ବୁଧ ଥିବାରୁ ପାରିବାରିକ ଅସ୍ଥିରତାଜନିତ ମନ ଭଲ ରହିବ ନାହିଁ । ଅବଶ୍ୟ ବ୍ୟବସାୟରେ ଚେଷ୍ଟା କଲେ ଉପକୃତ ହେବେ ।

ମୀନ: ଆଜିର ଗ୍ରହ ଯୋଗରୁ ଦୀର୍ଘଦିନରୁ ପ୍ରତିକ୍ଷିତ କାର୍ଯ୍ୟ ସକାଶେ ଆତ୍ମୀୟ ସ୍ୱଜନମାନଙ୍କ ଉପସ୍ଥିତି ଯୋଗୁଁ ଖୁସୀ ହେବେ ।