ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: କୌଣସି ଅଘଟଣ ଘଟଣା ହୋଇପାରେ, ସତର୍କ ରୁହନ୍ତୁ ,ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ ନିଜର କାର୍ଯ୍ୟରେ ବଡ ଭାଇଙ୍କ ସହଯୋଗ ସଫଳତା ଆଣିଦେବ, କୁଆ ମାନଙ୍କୁ କିଛି ଖାଦ୍ୟ ଦିଅନ୍ତୁ |

ବୃଷ:  ବନ୍ଧୁ ପରିଜନଙ୍କ ସହ ମତାନ୍ତର ହୋଇପାରେ, ସୁଖରେ ବାଧା| ନିଜ ଲୋକଙ୍କଠାରୁ ସ୍ନେହ, ଶ୍ରଦ୍ଧା, ସମ୍ମାନ ପାଇଁ ଅତି ଖୁସି ରହିବେ |ପିଲାଙ୍କ ଚିନ୍ତା ଯୋଗୁ ସୁଖରେ ବାଧା,ପରିବାରରେ ଅଶାନ୍ତି ରହିବ |ପକ୍ଷୀମାନଙ୍କୁ କିଛି ଖାଦ୍ୟ, ପାଣି ଦିଅନ୍ତୁ|

ମିଥୁନ: କୌଣସି ବନ୍ଧୁଙ୍କ ଯୋଗୁ ଅସୁବିଧାରେ ପଡିପାରନ୍ତି, ପୁଞ୍ଜି ଲଗାନ୍ତୁ ନାହିଁ| ସବୁ କାମରେ ସଫଳ ରହିବେ, ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ରହିବ| କୌଣସି କଥାକୁ ନେଇ ବାପାଙ୍କ ସହିତ ମତାନ୍ତର ରହିପାରେ, ମନ ଅଶାନ୍ତ ରହିବ| ସୂର୍ଯ୍ୟଦେବଙ୍କ ବୀଜ ମନ୍ତ୍ର ପାଠ କରି ତମ୍ବାଢାଳରେ ଜଳ ଅର୍ପଣ କରନ୍ତୁ|

କର୍କଟ: ବ୍ୟବସାୟୀମାନଙ୍କର ଆର୍ଥିକ ପରିସ୍ଥିତି ଖରାପ ହୋଇପାରେ, ସତର୍କ ରହିବେ| ଆଜି  କୌଣସି ବି ଜାଗାରେ ଅର୍ଥ ଲଗାନ୍ତୁ , ଲାଭ ପାଇବେ |ଧନ ଲାଭ ସହ ମାନସମ୍ମାନ ମିଳିବାର ଦିନ| ଘରେ ମା’ଙ୍କୁ ପ୍ରଣାମ କରି ଦହି,ମିଶ୍ରି ଖାଇବାକୁ ଦିଅନ୍ତୁ

ସିଂହ: ବଡଭଉଣୀଙ୍କ ସହ ମତାନ୍ତର ହୋଇପାରେ, ସତର୍କ ରହିଥିବେ| ପୂଜାର୍ଚ୍ଚନାରେ ସମୟ ଦିଅନ୍ତୁ ,ମନରେ ଶାନ୍ତି ଆସିବ| ବନ୍ଧୁ କିମ୍ବା ଭାଇ,ଭଉଣୀଙ୍କ ସହ ମତାନ୍ତର ହୋଇପାରେ| ଦେବୀ ମନ୍ଦିରରେ ଦୁବ,ନାଲି ମନ୍ତାର ଅର୍ପଣ କରନ୍ତୁ|

କନ୍ୟା:  କୌଣସି ଜିନିଷ ହଜିବାର ଯୋଗ ରହିଛି, ଆପଣ ଚିନ୍ତିତ ରହିବେ| ପୁରୁଷ ଓ ମହିଳାଙ୍କ ପାଇଁ ଦିନଟି ଭଲ ରହିବ| ଅଯଥା ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ପରିବାରରେ ଅପ୍ରିତୀକର ପରିସ୍ଥିତି ହୋଇପାରେ| ଅଧିକ ଭାବରେ ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ତୁଳା:  ପିଲାଙ୍କ ପାଇଁ ଚିନ୍ତାରେ ରହିବେ |ଆୟ, ବ୍ୟୟ ସମାନ ରହିବ, ପରିବାରରେ ଶାନ୍ତି, ଶୃଙ୍ଖଳା ଯୋଗୁ ମନ ଖୁସି ରହିବ| ଭାଇ କିମ୍ବା ଗୁରୁଜନଙ୍କ ସହ ମତାନ୍ତର ହୋଇପାରେ, କଥା ଉପରେ ଧ୍ୟାନ ଦେବେ |ଘରେ ଆଜି କର୍ପୂର ଆଳତୀ କରନ୍ତୁ

ବିଛା:  ଘରୁ ବାହାରିବା ବେଳେ ସବୁ ଜିନିଷକୁ ଭଲ ଭାବରେ ଦେଖିନେବେ| ସମସ୍ତ କାର୍ଯ୍ୟରେ ସଫଳତା ସହ ଦୁର ଯାତ୍ରା ବି କରିପାରନ୍ତି| ଧନ ଲାଭ ସହ ବନ୍ଧୁ ମିଳନ ହୋଇପାରେ| ମଥାରେ କେଶରର ତିଳକ ଲଗାନ୍ତୁ

ଧନୁ:  କୌଣସି ବନ୍ଧୁଙ୍କ ଯୋଗୁ କର୍ମ କ୍ଷେତ୍ରରେ ଅପମାନ ପାଇପାରନ୍ତି |ପରିବାର ଏବଂ କର୍ମ କ୍ଷେତ୍ରରେ ନିଜର ପରିଶ୍ରମ ଯୋଗୁ ମାନ,ସମ୍ମାନ ପାଇବେ |ସାମାନ୍ୟ କଥା ଯୋଗୁ ଅପମାନିତ ହୋଇପାରନ୍ତି, ଜଗିରଖି କଥା କୁହନ୍ତୁ

ହଳଦୀ,ଅଟାରେ ସ୍ୱସ୍ତିକ ଚିହ୍ନ କରି ଘର ଆଗରେ ଆଙ୍କନ୍ତୁ

ମକର: ପୂଜା କର୍ମରେ  ମନ ଦିଅନ୍ତୁ , ମନସ୍ତାପ ହୋଇପାରେ |ବହୁ ଦିନରୁ ଚିନ୍ତାରେ  ଥିବା କାମରେ ସଫଳତା ପାଇବେ| ନିଜର ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ| କଳା ରାଶି, ଗୁଡ ମିଶାଇ ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତୁ

କୁମ୍ଭ: କଠିନ ପରିଶ୍ରମ କରିଲେ ମଂଧ୍ୟ କୌଣସି ପ୍ରଶଂସା ପାଇବେ ନାହିଁ ,ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ,ଅର୍ଥଜନିତ ସମସ୍ୟା ଯୋଗୁ ଚିନ୍ତାରେ ରହିବେ, ବଳଦକୁ ବିରି ଜାତୀୟ ଖାଦ୍ୟ ଦିଅନ୍ତୁ |

ମୀନ:  କୌଣସି ଜାଗାରେ ପୁଞ୍ଜି ନିବେଶ ପୂର୍ବରୁ ଭାବିବେ, ଅର୍ଥ କ୍ଷତି ହୋଇପାରେ| କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ଯୋଗୁ ପ୍ରଶଂସା ଏବଂ ଧନଲାଭ ହୋଇପାରେ| କଠିନ ପରିଶ୍ରମ କରିଲେ ମଧ୍ୟ କର୍ମକ୍ଷେତ୍ରରେ ସମ୍ମାନ ପାଇବେ ନାହିଁ |ରକ୍ତଚନ୍ଦନ ଟୋପା ମଥାରେ ଲଗାନ୍ତୁ|