ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଦୂରଯାତ୍ରା ଦୂରଯାତ୍ରା ଓ ବନ୍ଧୁ ମିଳନଜନିତ ସାମୟିକ ଆନନ୍ଦ ଅନୁଭବ କରିବେ ।

ବୃଷ:  ମଙ୍ଗଳ ଦୃଷ୍ଟି ବୁଧ ହେତୁ ସାଧାରଣ ଘଟଣାରେ ଝଗଡା ଲାଗିଥିବା ଗତକାଲିର ଘଟଣାବଳୀ ମନକୁ ବିବ୍ରତ କରିପାରେ ।

ମିଥୁନ:  କେତୁ ନକ୍ଷତ୍ରସ୍ଥ ଶୁକ୍ର ହେତୁ ଅପୂରଣୀୟ ଆଶା ଓ ଅଭିଳାଷ ମନରେ ଲଘୁ କ୍ରୋଧ ସୃଷ୍ଟି କରିପାରେ । ପରିସ୍ଥିତିର ମୁକାବିଲା କରିପାରିଲେ ଉପକୃତ ହେବେ ।

କର୍କଟ:  ଆଜି ଶନି ସହ ଚନ୍ଦ୍ର ଯୋଗରୁ ପାରିବାରିକ ସ୍ଥିତିକୁ ନେଇ ମାନସିକ ସ୍ଥିତି ଭଲ ରହିବ ନାହିଁ । ପରିବହନରେ ଶିଥିଳତା ଦେଖା ଦେବ ।

ସିଂହ:  ରାଶିରେ ଶୁକ୍ରଙ୍କ ପ୍ରଭାବରେ ସୁଚିନ୍ତିତ ଯୋଜନାକୁ ବାସ୍ତବରୂପ ଦେବା ଦିଗରେ ଚେଷ୍ଟା କରି ସଫଳ ହେବେ । ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।

କନ୍ୟା:  ଶନିଙ୍କ ଦୃଷ୍ଟିରୁ ବନ୍ଧୁ ସମ୍ପର୍କ କ୍ଷୁର୍ଣ୍ଣ ହୋଇପାରେ । ବନ୍ଧୁମାନଙ୍କ ପରାମର୍ଶ ଅନୁଶାରେ ସମସ୍ୟା ସମାଧାନ ହେବା ଦିଗରେ ଚେଷ୍ଟା କରିପାରନ୍ତି ।

ତୁଳା: ବ୍ୟୟାସ୍ଥାନରୁ ଶନିଙ୍କ ଦୃଷ୍ଟି ପ୍ରଭାବରୁ ବିଗିଡି ଯାଉଥିବା ଯୋଜନା କ୍ରମଶଃ ସ୍ୱାଭାବିକ ହୋଇପାରେ । ଚିନ୍ତା କରିଥିବା କାମ ହଠାତ୍ ହୋଇଯିବାର ଆଶା ରହିଛି ।

ବିଛା:  ଦୁର୍ବଳ ଭାଗ୍ୟାଧିପଜନିତ ପ୍ରତ୍ୟେକ କ୍ଷେତ୍ରର ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ନ ହୋଇପାରେ । କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ ।

ଧନୁ: କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ । ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିବ ।

ମକର:  ଯେତେ ସତର୍କରେ ଚଳିଲେ ମଧ୍ୟ ଅନ୍ୟମାନଙ୍କ ଶ୍ରଦ୍ଧାଭାଜନ ହୋଇପାରିବେ ନାହିଁ । ଘରେ ବସି ରହିଥିଲେ ମଧ୍ୟ ବିଭିନ୍ନ ପ୍ରକାରର ମିଥ୍ୟା ଅଭିଯୋଗ ଆପଣଙ୍କ ଉପରେ ଆସିପାରେ ।।

କୁମ୍ଭ:  ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସଙ୍ଗକୁ ସାମଜିକ ସ୍ତରରେ ଆନୁଷ୍ଠାନିକ କାର୍ଯ୍ୟ ତଥା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ମିଳିବ ।

ମୀନ: ଶୂକ୍ର ଓ ବୁଧଙ୍କ ପ୍ରଭାବରୁ କଳା, ସଙ୍ଗୀତ, କ୍ରୀଡା, ଚଳଚ୍ଚିତ୍ର ଓ ସାହିତ୍ୟ , ସାମ୍ବାଦିକତାରେ ପ୍ରଶଂସିତ ହେବେ । ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ ।