ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: ପାରିବାରିକ କ୍ଷେତ୍ରରେ କିଛି କଥାକୁ ନେଇ ବିବାଦୀୟ ହୋଇପାରନ୍ତି| ଆଶା, ଅଭିଳାଷ ନିଶ୍ଚିତ ଭାବରେ ପୂରଣ ହେବ| ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ୍ ରହିବେ| ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ|

ବୃଷ:  ବାହାରକୁ ଯିବା ବେଳେ ଅନ୍ୟମନସ୍କ ରୁହନ୍ତୁ ନାହିଁ| ଜମିଜମା ସମସ୍ୟା ବିବାଦୀୟ ରୂପ ନେଇପାରେ, ସତର୍କ ରୁହନ୍ତୁ|  ଆପଣଙ୍କ ଭାବନାକୁ ଅନ୍ୟମାନେ ଭିନ୍ନ ରୂପ ଦେଇପାରନ୍ତି, ଜଗିରଖି କାର୍ଯ୍ୟ କରନ୍ତୁ| ମା’ବଗଳାମୁଖୀଙ୍କର ମନ୍ତ୍ର ପାଠ କରନ୍ତୁ|

ମିଥୁନ:  ଦୀର୍ଘଦିନର ଅଭିଳାଷ ପୂରଣ ହେବ, ନୂତନ କର୍ମରେ ଯୋଗଦାନ କରିପାରନ୍ତି| ନିଜ ପାଖରେ ଥିବା ଦକ୍ଷତା ପ୍ରତିପାଦିତ କରିବେ, ଆଶା କରୁଥିବା ଦିଗରୁ ଶୁଭ ଖବର ପାଇବେ| ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ କର୍ମ କରିପାରିବେ| ଗଣେଶଙ୍କର ପୂଜା କରନ୍ତୁ|

କର୍କଟ: ଦୃଢ ନିଷ୍ପତ୍ତି ନେଇ ବାକି ରହିଥିବା କାମକୁ ସଂପୂର୍ଣ୍ଣ କରିବେ| ଘର ପାଇଁ କିଛି କିଣାକିଣି କରିପାରନ୍ତି| କିଛି ନୂଆ ତଥ୍ୟ ପାଇଁ ପ୍ରଶଂସିତ ହୋଇପାରନ୍ତି| ଶ୍ରୀହନୁମାନଙ୍କର ଆରାଧନା ସହ ଚାଳିଶା ପାଠ କରନ୍ତୁ|

ସିଂହ:  ବ୍ୟବସାୟ ବୃଦ୍ଧି ପାଇଁ କୌଣସି ନୂଆ ପଦକ୍ଷେପ ନେଇପାରନ୍ତି| ବିଭିନ୍ନ  ସୂତ୍ରରୁ ଅର୍ଥଲାଭର ଯୋଗ ରହିଛି, ବନ୍ଧୁମାନଙ୍କ ସହିତ ସମୟ କାଟିବେ| କାର୍ଯ୍ୟ ସିଦ୍ଧି ଯୋଗୁ ମନ ଖୁସି ରହିବ, ଭାଙ୍ଗିଯାଇଥିବା ସଂପର୍କ ପୁଣି ଥରେ ଯୋଡି ହୋଇଯିବ| ସୂର୍ଯ୍ୟନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ|

କନ୍ୟା: ଅପେକ୍ଷା କରିବା ଯୋଗୁ ମନ ଅଶାନ୍ତ ରହିବ| ରୋଜଗାର ଅଧିକ ହେବ ନାହିଁ କିନ୍ତୁ ଖର୍ଚ୍ଚ ଅଧିକ ହୋଇପାରେ| ପରିଶ୍ରମ ଅନୁସାରେ ପାରିଶ୍ରାମିକ ପାଇପାରିବେ ନାହିଁ| ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ|

ତୁଳା:   ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ରାସ୍ତାରେ ଯାଆନ୍ତୁ ନାହିଁ, ବିପଦ ରହିଛି| କିଛି ଭୁଲ ଖବର ଯୋଗୁ ବ୍ୟସ୍ତ ହୋଇଯିବେ, ବନ୍ଧୁଙ୍କର ସାହାଯ୍ୟ ମିଳିପାରେ| ବିବାଦୀୟ ଘଟଣାର ସମାଧାନ କରିବାର ଦିନ, ମାନସିକ କଷ୍ଟ ପାଇପାରନ୍ତି| ଗାଈକୁ କିଛି ଖାଇବାକୁ ଦିଅନ୍ତୁ|

ବିଛା:  ସ୍ୱାସ୍ଥ୍ୟ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ| ବନ୍ଧୁଙ୍କର ପ୍ରେରଣାରେ ଅନେକ ନୂତନ କାମ କରିପାରିବେ| ଅଟକି ରହିଥିବା କାମକୁ ପୁରା କରିବା ପାଇଁ ଚେଷ୍ଟା କରନ୍ତୁ| ଗରିବ ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ|

ଧନୁ:  କର୍ମକ୍ଷେତ୍ରରେ ସାହାଯ୍ୟ,ସହଯୋଗ ପାଇବେ, ସଫଳତା ରହିଛି| ସାମାଜିକସ୍ତରରେ ସମ୍ମାନ ଲାଭ କରିପାରନ୍ତି|  ଅନ୍ୟମାନଙ୍କର ଖୁସି ପାଇଁ କିଛି ତ୍ୟାଗ କରିପାରନ୍ତି| ଗାୟତ୍ରୀ ପାଠ କରି ଘରୁ ବାହାରିବେ|

ମକର: ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ., ସ୍ବାସ୍ଥ୍ୟ ଠିକ୍ ରହିବ| ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ| ଦୁର ସ୍ଥାନକୁ ଯାତ୍ରା କରିପାରନ୍ତି, ସନ୍ତାନଙ୍କ ପାଇଁ ଚିନ୍ତା ରହିବ | ମା’ତାରାଙ୍କର ମୂଳମନ୍ତ୍ର ପାଠ କରନ୍ତୁ|

କୁମ୍ଭ:  ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ| ବ୍ୟବସାୟରେ ୱନାନା ପ୍ରକାରର ସୁବିଧା, ସୁଯୋଗ ପାଇବେ, ବକେୟା ଅର୍ଥ ବି ପାଇପାରନ୍ତି| ପ୍ରତିଯୋଗିତାରେ ବିଜୟୀ ହେବେ, ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ | ଅଧିକ ଶୁଭତ୍ୱ ପାଇଁ ମା’କାଳୀଙ୍କର ମନ୍ତ୍ର ପାଠ କରନ୍ତୁ|

ମୀନ:  ପରିଶ୍ରମର ଆଶାଜନକ ଫଳ ପାଇବେ ,ପାରିବାରିକ ସୁଖ ରହିବ| ଅଟକି ରହିଥିବା କାମ ସୁରୁଖୁରୁରେ ହୋଇଯିବ| ସମସ୍ତ କାର୍ଯ୍ୟରେ ସଫଳତା ପାଇବେ, ଶାରିରୀକ ସୁସ୍ଥତା ରହିବ| କୁକୁରକୁ କିଛି ଖାଇବାକୁ ଦିଅନ୍ତୁ|