ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ :  ଗ୍ରହସ୍ଥିତିର ଶୁଭତ୍ୱ କାରଣରୁ ଯାହା କରନ୍ତୁନା କାହିଁକି ସବୁ କାମରେ ସିଦ୍ଧି ଲାଭ ଅବଶ୍ୟମ୍ଭାବୀ । ସ୍ୱଗୃହୀ ମଙ୍ଗଳଙ୍କ ଯୋଗୁ ସ୍ୱାସ୍ଥ୍ୟ ସମସ୍ୟା ପୂର୍ବ ପରି ଅକ୍ଷୁର୍ଣ୍ଣ ରହିବ । ଶୁଭ ରଙ୍ଗ ଧଳା ।

ବୃଷ :  ଶନିଙ୍କ ଦୃଷ୍ଟି କୁପ୍ରଭାବରେ ଭାଇ, ବନ୍ଧୁ କିମ୍ବା ପଡୋଶୀ, ସହକର୍ମୀଙ୍କ ସହ ସୁସମ୍ପର୍କ ରହି ନ ପାରେ । ମାନସିକ ସ୍ଥିତି ଠିକ୍ ରହିଲେ ମଧ୍ୟ ସମ୍ୟା ସମାଧାନରେ ପ୍ରତାରିତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ ।

ମିଥୁନ : ରାହୁ ଯୁକ୍ତ ଶୁକ୍ର ଓ ଅଷ୍ଟମ ଶନିଙ୍କ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର ନ କରି କାମ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଶୁଭ ରଙ୍ଗ ପିଚ୍ ।

କର୍କଟ :  ରାଶ୍ୟାଧିପ ତୃତୀୟସ୍ଥ ଯୋଗୁ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ମନରେ ସାହସ ଭରି ରହିଥିଲେ ମଧ୍ୟ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ଶୁଭ ରଙ୍ଗ ବ୍ରାଉନ୍ ।

ସିଂହ :  ସ୍ୱଗୃହୀ ରବି ଧନ ଏକାଦଶାଧିପତି ଯୁକ୍ତ କାରଣରୁ ପଦସ୍ଥବ୍ୟକ୍ତିଙ୍କ ସାହାର୍ଯ୍ୟରୁ ଅର୍ଥ ଓ ସମ୍ମାନ ଲାଭ କରିବେ । ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶରେ ଦୂର ଯାତ୍ରା କରିବାକୁ ପଡିପାରେ । ଶୁଭ ରଙ୍ଗ ଲାଲ୍ ।

କନ୍ୟା :  ଧନାଧିପତିଙ୍କ ପାପସଂଯୁକ୍ତ ହେତୁ ଆର୍ଥିକ ପରିସ୍ଥିତି କ୍ରମଶଃ ନିମ୍ନାଭିମୁଖୀ ହୋଇପାରେ । ଭଲ ସମ୍ପର୍କ ଥିବା ସମ୍ପର୍କୀୟମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ଧାରଣାର ବଶବର୍ତ୍ତୀ ହେବେ । ଶୁଭ ରଙ୍ଗ ଗ୍ରୀନ୍ ।

ତୁଳା :  ଶନିଙ୍କ ସୁପ୍ରଭାବରେ ଆନୁଷ୍ଠାନିକ କାମରେ ଅଗ୍ରଣୀ ହେବା ସହ ପାରିବାରିକ ସ୍ତରରେ ବନ୍ଧୁବର୍ଗଙ୍କ ସହାନୁଭୂତି ଲାଭ କରିବେ । ଶୁଭ ରଙ୍ଗ ମେରୁନ୍ ।

ବିଛା :  ରାଶିପ୍ରତି ରାଶ୍ୟାଧିପତିଙ୍କ ଦୃଷ୍ଟିରୁ ଦୈହିକ ସୁସ୍ଥତା ଫେରି ଆସିବ । ହଜିଯାଇଥିବା ଧନ ଭାଙ୍ଗିଯାଇଥିବା ସମ୍ପର୍କ ପୁନଶ୍ଚ ଫେରି ଆସିବାର ଅନୁଭବ କରିବେ । ଶୁଭ ରଙ୍ଗ ଲାଲ୍ ।

ଧନୁ :  ମୁଖ ଭାବରେ ଶନି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବାକୁ ଅନୁପ୍ରେରିତ କରିବ । ଅଭାବ ରହିବନି ଏବଂ ଯାହା ଚାହୁଁଛନ୍ତି ତାହା ଅବଶ୍ୟ କାର୍ଯ୍ୟରେ ପରିଣତ କରିପାରିବେ । ଶୁଭ ରଙ୍ଗ ଗ୍ରୀନ୍ ।

ମକର :  ଚତୁର୍ଥ ଓ ସପ୍ତମାଧିପ ଶୁଭ ଭାବରେ ଥିବାରୁ ମନ ଅନୁଯାୟୀ କାମ କରିବେ ଏବଂ ତଦନୁସାରେ ସୁଫଳ ମଧ୍ୟ ପାଇବେ । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃହ୍‌ଟି କରିବ । ଶୁଭ ରଙ୍ଗ କଫି ।

କୁମ୍ଭ :  ତୃତୀୟାଭାବରେ ସ୍ୱଗୃହୀ ମଙ୍ଗଳ ଆପଣଙ୍କ ଭ୍ରାତୃସୌଖ୍ୟ ଓ ଜମିଜମା କିଣାବିକା କ୍ଷେତ୍ରରେ ସୁଫଳ ପ୍ରଦାନ କରିବ । ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ଶୁଭ ରଙ୍ଗ କ୍ରୀମ୍ ।

ମୀନ :  ଅସଫଳତାରେ ଅଂଶୀଦାର ବ୍ୟବସାୟୀଙ୍କ ସହ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନମନାନ୍ତର ଦେଖା ଦେବ । କଥାରେ କଠୋରତା କାମରେ ବିଫଳତା ମାନସିକ ଅଶାନ୍ତିର କାରଣ ହେବ । ଶୁଭ ରଙ୍ଗ ଧୂସର ।