ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ :  ଘରେ କୌଣସି ଶୁଭ କାର୍ଯ୍ୟର ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ ତାହା ଆପଣଙ୍କୁ ମିଳିବ। ପ୍ରିୟଜନ ମିଳନ।

ବୃଷ :  ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। ଧୈର୍ଯ୍ୟ ଧରି କାମ କରନ୍ତୁ। ତରବରିଆ ଭାବେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ।

ମିଥୁନ : ରଚନାତ୍ମକ କାମରେ ଧୢାନ ଲଗାନ୍ତୁ; ଫାଇଦା ହେବ। ଅଫିସରେ ନୂଆ କାମର ଦାୟିତ୍ବ ମିଳିପାରେ। ପରିଜନଙ୍କ ସହିତ ସୁଖଦ ସମୟ ଅତିବାହିତ କରିବେ।

କର୍କଟ :  ଆପଣଙ୍କ ମନରେ ଆସୁଥିବା ବିଚାର କାମରେ ପୂରା ହେବ। ବ୍ୟବସାୟରୁ ଧନଲାଭ ହେବ। ଉପହାର ମିଳିବା ହେତୁ ସାରା ଦିନ ଖୁସି ରହିବେ।

ସିଂହ :  ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ˚ପର୍କ ସ୍ଥାପନ ହେବ। ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ବିବାହିତଙ୍କ ଲାଗି ଦିନଟି ବହୁତ ଭଲ।

କନ୍ୟା :  ନିଜକୁ ସୁସ୍ଥ ରଖନ୍ତୁ। ଲୋକମାନଙ୍କ ସହିତ ସାକ୍ଷାତକାରରୁ ଭବିଷ୍ୟତରେ ଲାଭ ମିଳିବ। ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ।

ତୁଳା :  ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ। ନୂଆ ଯୋଜନା ପ୍ରସ୍ତୁତ କରିବାରେ ସଫଳ ହେବେ। ବ୍ୟବସାୟୀ ସାଥୀଙ୍କ ସହିତ ˚ପର୍କ ମଜଭୁତ ହେବ। ମହିଳାଙ୍କ ଲାଗି ଭଲ ଦିନଟିଏ।

ବିଛା :  ଆପଣଙ୍କର ମହତ୍ତ୍ବାଂକାଂକ୍ଷା ସମୟ ଅତିବାହିତ ହେବା ସହ ବଦଳିବ। ବ୍ୟବସାୟରେ ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।

ଧନୁ :  ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ବାରା ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଧନଲାଭ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ।

ମକର :  ଅନ୍ୟମାନଙ୍କୁ ନିଜ ବିଚାରରେ ସହମତ କରାଇନେବେ। ବ୍ୟବସାୟରେ ପରିଜନଙ୍କ ସହଯୋଗ ପାଇବେ। ପ୍ରେମ ଜୀବନ ଖୁବ୍ରୋଚକ ଆନନ୍ଦମୟ ରହିବ।

କୁମ୍ଭ :  ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରିବେ। ଭଲ ଖବର ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଚାକିରିରେ ଉନ୍ନତି ଯୋଗ ରହିଛି।

ମୀନ :  ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ। ବନ୍ଧୁଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।