ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ – ଅର୍ତ ପ୍ରାପ୍ତିର ସୂଚନା ମିଳୁଛି । ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି । ମନରେ ଈର୍ଷାଭାବ ଜାତ ହୋଇପାରେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ । ଶୁଭ ରଙ୍ଗ କଫି ।

ବୃଷ – ସେବା ମନୋଭାବ ଜାଗ୍ରତ ହୋଇପାରେ । ବ୍ୟବସାୟୀ ଲାଭଜନକ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଗ୍ରହଣ ଯୋଗ୍ୟ । ହେବ ଶୁଭ ରଙ୍ଗ ନାରଙ୍ଗୀ ।

ମିଥୁନ – ଆମୋଦ- ପ୍ରମୋଦରେ ସମୟ ଅତିବାହିତ କରୁଥିବା ବେଳେ, ଶତ୍ରୁର ଉପସ୍ଥିତି ବିବ୍ରତ କରିପାରେ । ଶତ୍ରୁଦମନ କରି ଆଶ୍ୱସ୍ତି ହେବେ । ଶୁଭ ରଙ୍ଗ ପିଚ୍ ।

କର୍କଟ – କର୍ମଚଞ୍ଚଳ ରହିବେ ।  ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । ଆକସ୍ମିକ ଭାବେ ଧନ ଲାବ ହୋଇପାରେ । ଉତ୍ତମ ବ୍ୟକ୍ତିତ୍ୱ ଯୁକ୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍ ।

ସିଂହ – ସମ୍ମାନକୁ ଜଗି ଚଳିବାକୁ ପଡିବ । କାର୍ଯ୍ୟରେ ସ୍ଥିରତା ଆସିବ । ଉଦାର ସ୍ୱଭାବର ଏବଂ ଦାନ-ଧର୍ମରେ ଦୀକ୍ଷିତ ହେବେ । ଭ୍ରାତାଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ ।

କନ୍ୟା – ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ । ମନପ୍ରସନ୍ନ ରହିବ । ମଧୁରଭାଷୀ ଓ ଆସ୍ତିକ ହେବେ । ବିବାଦୀୟ ଘଟଣାରେ ବିଜୟ ହାସଲ କରିବେ । ଶୁଭ ରଙ୍ଗ ୟେଲୋ ।

ତୁଳା – ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ ।  ଭାଗ୍ୟଶାଳୀ ହୋଇପାରନ୍ତି । ମିଷ୍ଟଭାଷୀ ଓ ସହିଷ୍ଣୁ ହେବେ । ଶାନ୍ତିପ୍ରିୟ ହୋଇପାରନ୍ତି । ଶୁଭ ରଙ୍ଗ ଧୂସର ।

ବିଛା – ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ପାରିବାରିକ ଓ ଶୁଭେଚ୍ଛୁଙ୍କ ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲଉାଭ ହେବ । ଶୁଭ ରଙ୍ଗ ଲାଲ୍ ।

ଧନୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । କର୍ମଚଞ୍ଚଳ ରହିବେ । ଏକାନ୍ତ ପ୍ରିୟ ହେବେ । ଚକ୍ଷୁରେ ସାମାନ୍ୟ ପୀଡା ଦେଖା ଦେଇପାରେ । ଶୁଭ ରଙ୍ଗ ଗ୍ରୀନ୍ ।

ମକର – ତରବର ହୋଇ ଆଗକୁ ବଢିବା ଅପେକ୍ଷା ଧୀରେ ସୁସ୍ଥେ ଅଗ୍ରଗାମି ହେବେ । ଆୟ ଉତ୍ତମ ଧରଣର ହେବ । ଧାର୍ମିକ ପ୍ରବୃତ୍ତିର ହେବେ । ଶୁଭ ରଙ୍ଗ କ୍ରୀମ୍ ।

କୁମ୍ଭ – ମନ ପ୍ରସନ୍ନ ରହିବ । କୁଳ ଉଜ୍ଜ୍ୱଳକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ନିଜ ପରିବାର ପ୍ରତି ସ୍ନେହ, ସଦିଚ୍ଛା ଭାବ ରହିବ । ଶୁଭ ରଙ୍ଗ ୟେଲୋ ।

ମୀନ – ଭାଗ୍ୟଶାଳୀ ଓ ଭୋଗବିଳାସ କରିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଶୁଭ ରଙ୍ଗ ଗାଢ ନୀଳ ।